ଶୀତର ପହିଲି ସ୍ପର୍ଶରେ ଚିଲିକାରେ ଜମିଲାଣି ଲକ୍ଷାଧିକ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ

ଟାଙ୍ଗୀ: ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶି ବିଦେଶୀ ପକ୍ଷୀଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ ।
ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ନିଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା । ଭଳିକି ଭଳି ରଙ୍ଗ ବେରଙ୍ଗର ପକ୍ଷୀ ମାନଙ୍କ ସମାରୋହରେ ଚିଲିକା ହେଉଛି ମୁଖରିତ । ଖୋର୍ଦ୍ଧା ଜିଲ୍ଲା ସ୍ଥିତ ମଙ୍ଗଳାଯୋଡି ପକ୍ଷୀ ଅଭୟାରନ୍ୟରେ ଦେଶୀ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି ।

ଚଳିତ ବର୍ଷ ନଭେମ୍ବର ୨ୟ ସପ୍ତାହ ସୁଦ୍ଧା ଫେରାଗୁନ ଫାଲକୁନୀ, ଗ୍ରେ ହେରେନ୍‌, ପ୍ଲିଟେନ୍‌, ଗଡଓ୍ୟାଲ,ବିଲଡକ୍ ପରି ୭୦ପ୍ରଜାତୀରୁ ଉର୍ଦ୍ଧ ୧ ଲକ୍ଷରୁ ଉର୍ଦ୍ଧ ପକ୍ଷୀ ଚିଲିକାକୁ ଆସିଲେଣି । କିନ୍ତୁ କରୋନା ପାଇଁ ବିଗତ ଦିନ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବିଦେଶି ଓ ରାଜ୍ୟ ବାହାରର ପର୍ଯ୍ୟଟକ କମ୍ ସଂଖ୍ୟକ ଆସୁଛନ୍ତି ।

birdତେବେ ଏବର୍ଷ ଲକ୍ଷାଧିକ ପକ୍ଷୀ ଚିଲିକାକୁ ଆସିଲେଣି ସତ କିନ୍ତୁ ପାଣି ଟିକେ ଅଧିକା ଥିବାରୁ ପକ୍ଷୀ କମ ଦେଖା ଦେଉଛନ୍ତି । ପାଣି କମିଲେ ଆହୁରି ପକ୍ଷୀ ଦେଖା ଦେବେ । ଅନ୍ଯପଟେ ପର୍ଯ୍ଯଟକମାନେ ଏତେ ମାତ୍ରା ଆସୁନଥିବାରୁ ବହୁତ ଅସୁବିଧାରେ ଚଳୁଛନ୍ତି ଏଠାରୁ ଦିପଇସା ରୋଜଗାର କରୁଥିବା କର୍ମଚାରୀମାନେ। ତଥାପି ମନରେ ଆଶା ଅଛି ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି।

ତେବେ ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ କରୋନା ପାଇଁ ସରକାରଙ୍କ ଗାଇଡଲାଇନକୁ ପାଳନ କରିବାକୁ କୁହାଯାଉଥିବାବେଳେ ସାନିଟାଇଜର, ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଉଛି । ସତ କହିବା ଗଲେ ଚିଲିକାର ନୀଳ ଜଳ ରାଶିରେ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ଜଳ କ୍ରୀଡା ପର୍ଯ୍ୟଟକଙ୍କ ମନକୁ ବେଶ୍ ମୁଗ୍ଧ କରୁଛିି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.