ସର୍ବସମ୍ମତି କ୍ରମେ ବିଧାନସଭାରେ ପାରିତ ହେଲା ଓବିସି କମିସନ ସଂଶୋଧନ ବିଲ,ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ବେକ୍ଷଣ କରିବେ କମିସନ

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାରେ ଓବିସି କମିସନ ସଂଶୋଧନ ବିଲ ପାରିତ। ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ବେକ୍ଷଣ କରିବେ କମିସନ। ପଛୁଆବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ବିଲ ଆଗତ କରିଥିଲେ । ଗତ ୯୦ବର୍ଷ ଧରି ପଡ଼ିରହିଥିବା ଏହି ବିଲ୍‌କୁ ମାତ୍ର ଦେଢଘଣ୍ଟାରେ ସର୍ବସମ୍ମତି କ୍ରମେ ବିଧାନସଭାରେ ଗୃହୀତ ହୋଇଛି । ରାଜ୍ୟରେ ପଛୁଆବର୍ଗଙ୍କ ସ୍ଥିତି ଜାଣି ବିକାଶ ପଦକ୍ଷେପ କ୍ଷେତ୍ରରେ ଏହା ତଥ୍ୟ ବହୁ ଉପଯୋଗୀ ହେବ ବୋଲି କୁହାଯାଇଛି। ୧୯୩୧ରେ ଶେଷଥର ପାଇଁ ଏହି ସର୍ବେର୍କ୍ଷଣ ହୋଇଥିଲା। ୨୦୧୧ରେ ସାମାଜିକ-ଅର୍ଥନୈତିକ ଏବଂ ଜାତିଭିତ୍ତିକ ଜନଗଣନା ହୋଇଥିଲା। ତେବେ ୨୦୧୭ରେ କେନ୍ଦ୍ର ସରକାର ଏହି ତଥ୍ୟର ଏକ ଅଂଶ ମାତ୍ର ପ୍ରକାଶିତ କରିଥିଲେ। ୨୦୨୧ରେ ହେବାକୁ ଥିବା ଜନଗଣନାରେ ପଛୁଆବର୍ଗଙ୍କ ଜନଗଣନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବା ବେଳେ ଏହା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ସେପଟେ ରାଜ୍ୟର ପଛୁଆବର୍ଗଙ୍କ ସର୍ବେକ୍ଷଣ ପାଇଁ ଗତ ୧୨ତାରିଖରେ ଅବସରପ୍ରାପ୍ତ ଜଷ୍ଟିସ ରଘୁବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପଛୁଆବର୍ଗ କମିସନ ଗଠନ କରାଯାଇଛି। ଏହାସହ ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସର୍ବେକ୍ଷଣ ପାଇଁ ବିଧାନସଭାରେ ସଂକଳ୍ପ ପାଳିତ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.