Below header

ଆଜିଠୁ ଖୋଲିବ ଯାତ୍ରା, ଚାଲିବ ମେଲୋଡି : ଅନୁମତି ଦେଲେ ରାଜ୍ୟ ସରକାର

ନୂଆ ଗାଇଡଲାଇନ୍‌ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର(କେନ୍ଯୁଜ୍): ଖୋଲିବ ଯାତ୍ରା । ମେଲୋଡି ଚାଲିବ । ଅନୁମତି ଦେଲେ ରାଜ୍ୟ ସରକାର । ରାଜ୍ୟରେ କରୋନା କଟକଣାରେ ଯାତ୍ରା, ଅପେରା, ଡ୍ରାମା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ନୂଆ ଗାଇଡଲାଇନ୍‌ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର ।

ଆଜିଠୁ ନୂଆ ଗାଇଡଲାଇନ୍‌ କାର୍ଯ୍ୟକାରୀ ହୋଇଛି । ଜିଲ୍ଲାପାଳ, ଏସ୍‌ପି ଓ ମ୍ୟୁନିସିପାଲ କମିଶନରଙ୍କ ପାଖରୁ ଅନୁମତି ନେବା ଜରୁରୀ । ଯାତ୍ରା ବା ଅପେରାରେ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ଅନୁମତି ମିଳିଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ଦର୍ଶକ ୨ଟି ଡୋଜ୍‌ ଟିକା ନେଇଥିବା ବାଧ୍ୟତାମୂଳକ । ଅନ୍‌ଲାଇନ ଟିକେଟ୍‌ ବୁକିଂ ଓ ଅଧିକ କାଉଣ୍ଟର କରିବାକୁ ପରାମର୍ଶ । ୫୦% ବସିବା କ୍ଷମତାରେ ଖୋଲିବ ଇଣ୍ଡୋର ହଲ୍‌ । ୫୦% କ୍ଷମତାରେ ଚାଲିବ ସିନେମା ହଲ୍‌ ଓ ଥିଏଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.