ଆଜି ରାଜ୍ୟ କ୍ୟାବିନେଟ ବୈଠକ, ୧୧ଟି ବିଭାଗର ୨୦ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ବର(କେନ୍ୟୁଜ୍‌): ଆଜି ରାଜ୍ୟ କ୍ୟାବିନେଟ ବୈଠକ । ଅହରାହ୍ନ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ୧୧ଟି ବିଭାଗର ୨୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ। ବିଶେଷକରି ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜଳସମ୍ପଦ, ଦକ୍ଷତା ବିକାଶ, କୃଷି, ଅର୍ଥ, ସାଧାରଣ ପ୍ରସାସନ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଓ ରାଜସ୍ୱ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିବା ସମ୍ଭାବନା ରହିଛି। ଏହାବ୍ୟତୀତ ପ୍ରାୟ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ ମିଳିପାରେ।

ଅନୁଗୁଳ ମେଗା ଆଲୁମିନିୟମ ପାର୍କ ଜମି ଯୋଗାଣରେ ମୋହର ବାଜିପାରେ। ଅନ୍ୟ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଟାଟା ପାୱାର କମ୍ପାନୀ ନିକଟରୁ ପ୍ରାୟ ୮୭୧ ଏକର ଜମିକୁ ଇଡ୍‌କୋ ନିଜ ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ଅଧିଗ୍ରହଣ ସମ୍ପର୍କିତ ପ୍ରସ୍ତାବ ବୈଠକରେ ଆଗତ ହୋଇପାରେ ମେଗା ପାନୀୟ ଜଳ ପ୍ରକଳ୍ପ ଓ ଚେକ୍‌ ଡ୍ୟାମ୍‌ ନିର୍ମାଣ ବି ତାଲିକାରେ ଅଛି । ଓଡ଼ିଶା ପ୍ରଶସାନିକ ସେବା ଓ ଲୋକୟୁକ୍ତ ନିଯୁକ୍ତି ନିୟମରେ ମଧ୍ୟ ସଂଶୋଧନ ହେବାର ସମ୍ଭାବନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.