ସୁନାପୁଅଙ୍କୁ ୬ କୋଟି ଟଙ୍କାର ପୁରସ୍କାର ସହ ମିଳିଲା A ଲେବୁଲ ଚାକିରିର ନିଯୁକ୍ତି ପତ୍ର, ପ୍ରମୋଦ କହିଲେ ଡେପ୍ୟୁଟି କଲେକ୍ଟର ହେବାର ଇଚ୍ଛା

କେନ୍ୟୁଜ୍(ବ୍ୟୁରୋ):ଟୋକିଓ ପାରାଅଲିମ୍ପିକ୍‌ସ ବ୍ୟାଡମିଣ୍ଟନ ସିଙ୍ଗଲସ୍‌ରେ ସ୍ୱର୍ଣ୍ଣପଦକ ବିଜୟୀ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରମୋଦଙ୍କୁ ରାଜ୍ୟ ସରକାର ୬ କୋଟିର ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହ ସରକାରୀ ଚାକିରିରେ ତାଙ୍କୁ ଗ୍ରୁପ ଏ ଲେବଲର ଚାକିରି ମଧ୍ୟ ପ୍ରଦାନ କରାଯିବ ଏଥିପାଇଁ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।ପ୍ରମୋଦ କିନ୍ତୁ ତାଙ୍କ ବକ୍ତବ୍ୟରେ କହିଛନ୍ତି ସେ ପିଲା ଦିନରୁ ଇଚ୍ଛା କରିଥିଲେ ଉପ ଜିଲ୍ଲାପାଳ ହେବାକୁ। ଏବେ ରାଜ୍ୟ ସରକାର ଯେତେବେଳେ  A ଲେବୁଲର ଚାକରି ପାଇଁ ନିଯୁକ୍ତ ପତ୍ର ଦେଇଛନ୍ତି ତାହା ଉପରେ ରାଜ୍ୟ ସରକାର ବିଚାର କରିବେ ବୋଲି ଆଶା ଅଛି ବୋଲି ପ୍ରମୋଦ କହିଛନ୍ତି।

ଏହା ସହ ପ୍ରମୋଦ କହିଛନ୍ତି ମୋର ପ୍ରଥମ ବିବାହ ଗୋଲ୍ଡ ମେଡାଲ ସହ ହୋଇଛି। ପାରା ଅଲମ୍ପିକ୍ସ ଯାତ୍ରା ବହୁତ କଷ୍ଟକର ଥିଲା ।  ମୋ ସଫଳତା ପଛରେ ଓଡିଶା ସରକାରଙ୍କ ସହଯୋଗ ରହିଛି ଏହା ସହ ଗ୍ରାମବାସୀ ଓ ମୋ କୋଚଙ୍କ ବିଶେଷ ସହଯୋଗ ରହିଛି। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଓଡିଶାରେ ଆଗକୁ  ଅନେକ ପ୍ରମୋଦ ତିଆରି ହେବେ ବୋଲି କହିଛନ୍ତି ପ୍ରମୋଦ ।

ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପାରଂପରିକ ନାଚଗୀତରେ ପ୍ରମୋଦଙ୍କୁ ସ୍ୱାଗତ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.