ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଲୋକାର୍ପିତ, ଉପକୃତ ହେବେ ୪ ବ୍ଲକର ଚାଷୀ

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ବିଜେପୁରରେ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬୭୭ କୋଟି ୪୨ ଲକ୍ଷ ଟଙ୍କାର ଏହି ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ଜିଲ୍ଲାର ୪ ବ୍ଲକ, ବିଜେପୁର, ଡୁଙ୍ଗୁରିପାଲି, ସୋହେଲା ଓ ବରପାଲି ବ୍ଲକର ପ୍ରାୟ ୬୦ହଜାର ଏକର ଚାଷ ଜମି ଜଳସେଚିତ ହେବ ।

ଭୁବନେଶ୍ୱର(କେନ୍ୟୁଜ୍‌): ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ବିଜେପୁରରେ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬୭୭ କୋଟି ୪୨ ଲକ୍ଷ ଟଙ୍କାର ଏହି ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ଜିଲ୍ଲାର ୪ ବ୍ଲକ, ବିଜେପୁର, ଡୁଙ୍ଗୁରିପାଲି, ସୋହେଲା ଓ ବରପାଲି ବ୍ଲକର ପ୍ରାୟ ୬୦ହଜାର ଏକର ଚାଷ ଜମି ଜଳସେଚିତ ହେବ । ଏହା ସହ ବରଗଡ଼ରେ ଅତ୍ୟାଧୁନିକ କ୍ୟାନସର ହସପିଟାଲର ଲୋକାର୍ପଣ କରିଛନ୍ତି ନବୀନ। ଶହେ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ପାଇଁ ୧୦୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପଶ୍ଚିମ ଓଡ଼ିଶାର କର୍କଟ ରୋଗୀମାନେ ଏହା ଦ୍ବାରା ବହୁ ମାତ୍ରାରେ ଉପକୃତ ହେବେ । ସେହିପରି ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ବି କରିଛନ୍ତି।

୨୩ କୋଟି ଟଙ୍କାରେ ନୃସିଂହନାଥ ମନ୍ଦିରର ଉନ୍ନତିକରଣ ହୋଇଛି। ପରେ ୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଜେପୁରରେ ଆୟୋଜିତ ସଭାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରି ଖୁସି ବ୍ୟକ୍ତ କରିଛନ୍ତି ନବୀନ । ଏହା ଓଡିଶାର ଗୌରବକୁ ଆହୁରି ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ଓଡ଼ିଶାର ପରିଚୟ ଉଜ୍ଜ୍ବଳ କରିଛି ବରଗଡ଼। ଏଠାକାର ବୁଣାକାର ଓଡ଼ିଶାର ପରିଚୟ ବୋଲି କହିଛନ୍ତି ନବୀନ। ଏହି ଅବସରରେ ସମସ୍ତେ ମିଶି ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ବାନ ଦେଇଛନ୍ତି। ରାଜ୍ୟରେ ଆଉ ୧୧ଟି କ୍ୟାନସର ହସପିଟାଲ ନିର୍ମାଣ ହେବ। ଏଥିପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଗଙ୍ଗାଧର ମେହେର ଉଠା ଜଳସେଚନ ସୁବିଧାରୁ ବଞ୍ଚିତ ୭ରୁ ୮ ପଞ୍ଚାୟତକୁ ଜଳସେଚନକୁ ଖୁବ ଶୀଘ୍ର ପାଣି ଯୋଗାଇ ଦେବାକୁ କାମ ଆରମ୍ଭ ହୋଇଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.