ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଲେ SRC: ଆଲର୍ଟରେ ୧୮ ଜିଲ୍ଲାର ଜିଲ୍ଲାପାଳ, NDRF-ଓଡ୍ରାଫ୍‌ ଓ ଅଗ୍ନିଶମ ଅଧିକାରୀ ବି ସଜାଗ

ଭୁବନେଶ୍ବର(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଛନ୍ତି SRC । ଆଲର୍ଟରେ ଅଛନ୍ତି ୧୮ ଜିଲ୍ଲାର ଜିଲ୍ଲାପାଳ । NDRF, ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ ଅଧିକାରୀ ବି ସଜାଗ ଅଛନ୍ତି । ୧୭ଟି NDRF ଟିମ, ୨୦ଟି ଓଡ୍ରାଫ ଟିମ ଓ ୧୭୫ଟି ଫାୟାର ସର୍ଭିସ ଟିମ ଦରକାର ହେଲେ ପଠାଯିବ ।

ସଠିକ୍‌ ଭାବେ ବାତ୍ୟା ସ୍ଥିତିର ମୁକାବିଲା କରିପାରିବୁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ଶକ୍ତି ବିଭାଗ ଓ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଟେଲିକମ୍‌ ପ୍ରୋଭାଇଡରଙ୍କୁ ମଧ୍ୟ ସତର୍କ କରାଇଦିଆଯାଇଛି ।

ଆଜି ସେମାନଙ୍କ ସହ ଆଲୋଚନା କରିବେ ଏସଆରସି । ବାତ୍ୟା ନେଇ ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି SRC । ବଜାରରେ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରହିଛ। ଅଯଥାରେ ଅଧିକ କିଣା କିଣି କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.