ବିଭିନ୍ନ ଦାବିରେ ଆଜିଠୁ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ, ଓପିଏସଏ, ଓପିଏ ଓ ଓଡ଼ିଶା ପୋଲିସ କନଷ୍ଟେବଲ, ହାବିଲଦାର ଓ ସିପାହୀ ମହାସଂଘ

ଭୁବନେଶ୍ବର (କେନ୍ୟୁଜ୍) : ଓପିଏସଏ, ଓପିଏ ଏବଂ ଓଡ଼ିଶା ପୋଲିସ କନଷ୍ଟେବଳ, ହାବିଲଦାର ଓ ସିପାହୀ ମହାସଂଘର ଆସନ୍ତାକାଲିରୁ ଆନ୍ଦୋଳନ ଧମକ। ଦାବି ପୂରଣ ନହେଲେ ରାଜ୍ୟର ୭୨ହଜାର ପୋଲିସ କର୍ମଚାରୀ ଆସନ୍ତାକାଲି ଠାରୁ ଆନ୍ଦୋଳନ କରିବେ। ଆଜି କଳାବ୍ୟାଜ ପିନ୍ଧି କାର‌୍ୟ୍ୟ କରିବା ପରେ ସଂଧ୍ୟାରେ ଦାୟିତ୍ୱ ହସ୍ତାନ୍ତର କରିବେ। ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ, ୧୩ମାସିଆ ଦରମାକୁ ୨୦ ହଜାର ପରିବର୍ତ୍ତେ ୪୦ହଜାର ଟଙ୍କାକୁ ବୃଦ୍ଧି କରିବା, ଆଲାଉନ୍ସ ବୃଦ୍ଧି ଓ ସମସ୍ତ ପୋଲିସ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟବୀମା ପ୍ରଦାନ ଆଦି ଦାବି ରହିଛି। ଏହାସହ ସେମାନଙ୍କୁ ମିଳିଥିବା ଅସ୍ତ୍ରକୁ ଜମା କରିବା ସହ ୫ ତାରିଖରୁ ସମସ୍ତ ଠଓଚଙ୍କ ଠାରୁ ଚଝଙ ପ୍ରତ୍ୟାହାର କରିବେ ବୋଲି ଓଡ଼ିଶା ପୋଲିସ କୋର୍ଡିନେସନ କମିଟି ବୈଠକରେ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.