ମ୍ୟାଚ୍‌ ପୂର୍ବରୁ ବାରବାଟୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ସୁନୀଲ ବଂସଲ

କଟକ(କେନ୍ୟୁଜ୍‌): ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ପୋଲିସ ଡିଜି। ଷ୍ଟାଡିୟମ୍‌ରେ ପହଞ୍ଚି ପୋଲିସ ଡିଜି ସୁନୀଲ ବଂସଲ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୋଲିସ ମୁଖ୍ୟାଳୟ ପକ୍ଷରୁ ଅତିରିକ୍ତ ଆବଶ୍ୟକ ପୋଲିସ ଫୋର୍ସ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିଜି। ଏ ଅବସରରେ ପୋଲିସ କମିଶନର, କଟକ ଡିସିପି, କଟକ ଜିଲ୍ଲାପାଳ, ସିଏମସି କମିଶନର ଉପସ୍ଥିତ ଥିଲେ।

ପୋଲିସ ଡିଜି ନିଜ ପ୍ରତିକ୍ରିୟାରେ କହିଛନ୍ତି, ସୁରକ୍ଷାର କଡା ବନ୍ଦୋବସ୍ତ କରାଯାଇଛି। ପୂର୍ବରୁ ମକଡ୍ରିଲ ସରିଛି। ମ୍ୟାଚ ପାଇଁ ଏକ ମାସ ପୂର୍ବରୁ ସମନ୍ୱୟ ବୈଠକ କରିଥିଲୁ।ଦରକାର ହେଲେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଅତିରିକ୍ତ ଆବଶ୍ୟକୀୟ ପୋଲିସ ଫୋର୍ସ ଯୋଗାଇ ଦିଆଯିବ। ଦର୍ଶକ ଶାନ୍ତି ଶୃଙ୍ଖଳା ର ସହ ଆସି ମ୍ୟାଚ ଦେଖି ଫେରନ୍ତୁ। ଦର୍ଶକ ମାନଙ୍କର ମଧ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୋଲିସ ଡିଜିପି ସୁନୀଲ ବଂସଲ।

Also Read: ଗ୍ରାଜୁଏଟ୍‌ ପାସ୍‌ ପ୍ରାର୍ଥୀଙ୍କ ଫେଲୋସିପ୍‌ ପାଇଁ ସୁବର୍ଣ୍ଣ ସୁଯୋଗ, ଏବେ ହିଁ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.