ଗ୍ରାଜୁଏଟ୍ ପାସ୍ ପ୍ରାର୍ଥୀଙ୍କ ଫେଲୋସିପ୍ ପାଇଁ ସୁବର୍ଣ୍ଣ ସୁଯୋଗ, ଏବେ ହିଁ କରନ୍ତୁ ଆବେଦନ
![Quad](https://knewsodisha.com/wp-content/uploads/2022/06/Quad.jpg)
ସ୍ନାତକ ପଢ଼ୁଥିବା ପିଲାଙ୍କ ପାଇଁ ଖୁସି ଖବର। ଗ୍ରାଜୁଏସନ୍ ଡିଗ୍ରୀଧାରୀଙ୍କ ପାଇଁ SCHMIDT ଫ୍ୟୁଚର ପକ୍ଷରୁ ଆରମ୍ଭ ହୋଇଛି QUAD Fellowship 2022। ଏହି ଫେଲୋସିପ୍ ପାଇଁ ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଏଥିପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷ କିମ୍ବା ତା’ ଠାରୁ ଅଧିକ ହୋଇଥିବା ଦରକାର। ପ୍ରାର୍ଥୀ ଜଣେ ଗ୍ରାଜୁଏଟ୍ ଡିଗ୍ରୀଧାରୀ ହୋଇଥିବା ଆବଶ୍ୟକ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ଜୁନ୍ ୨୦୨୨। ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ସଂସ୍ଥାର ନାମ:
SCHMIDT Futures
ଫେଲୋସିପ୍ର ନାଁ:
QUAD Fellowship 2022
ପୁରସ୍କାର:
୫୦,୦୦୦ ଟଙ୍କା ସହ ଅନ୍ୟ ସୁବିଧା ସୁଯୋଗ
ଜରୁରୀ ତାରିଖ:
- ଆବେଦନ ଆରମ୍ଭ: ମାର୍ଚ୍ଚ ୨୦୨୨
- ଆବେଦନ ଶେଷ: ୩୦ ଜୁନ୍ ୨୦୨୨
- ଆବେଦନ ପତ୍ର ଯାଞ୍ଚ ସମୟ: ଜୁଲାଇ ୨୦୨୨ରୁ ଅକ୍ଟୋବର ୨୦୨୨
- ଚୟନିତ ପ୍ରାର୍ଥୀଙ୍କ ପ୍ରି-ଫେଲୋସିପ୍ ପ୍ରୋଗ୍ରାମ୍ ଆରମ୍ଭ: ଅକ୍ଟୋବର ୨୦୨୨
- ରେସିଡେଣ୍ଟିଆଲ ଏକ୍ସପେରିଏନ୍ସ ଓ ଫେଲୋସିପ୍ ପ୍ରୋଗ୍ରାମିଂ ଆରମ୍ଭ: ଅଗଷ୍ଟ ୨୦୨୩
- ସିନିୟର ଫେଲୋସିପ୍ (ଆଲୁମିନି) ପ୍ରୋଗ୍ରାମିଂ ଆରମ୍ଭ: ୨୦୨୪
ଯୋଗ୍ୟତା:
- ପ୍ରାର୍ଥୀଙ୍କ ବୟସ ୧୮ ବର୍ଷ କିମ୍ବା ତା’ ଠାରୁ ଅଧିକ ହୋଇଥିବା ଦରକାର
- ଏହି ଫେଲୋସିପ୍ ପାଇଁ ଅଷ୍ଟ୍ରେଲିଆ, ଭାରତ, ଜାପାନଓ ଯୁକ୍ତରାଷ୍ଟ୍ର ଆମେରିକାର ଛାତ୍ରଛାତ୍ରୀ ଆବେଦନ କରିପାରିବେ
ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍ସାଇଟ୍ https://www.quadfellowship.org/apply କୁ ଯାଆନ୍ତୁ।
Also Read: କରନ୍ ସିଂହ ଗ୍ରୋଭରଙ୍କଠାରୁ ଛାଡ଼ପତ୍ର ନେବାର ୭ ବର୍ଷ ପରେ ମୁହଁ ଖୋଲିଲେ ଜେନିଫର ଓ୍ଵିଙ୍ଗେଟ୍, ସେୟାର କଲେ ମନ କଥା