Below header

ଚାଣକ୍ୟ ନୀତି : ସଫଳତା ଚାହାଁନ୍ତି ତ ଦିନର ପ୍ରାରମ୍ଭରେ କରନ୍ତୁ ଏହି କାମ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ଶାସ୍ତ୍ରରେ ଜୀବନ ସହ ଜଡିତ ବହୁ ପ୍ରଶ୍ନର ସମାଧାନର ମାର୍ଗ ଦେଇଛନ୍ତି । ସଫଳତା ପାଇବା ପାଇଁ ଚାଣକ୍ୟ ବହୁ ମାର୍ଗ ସମ୍ପର୍କରେ କହିଛନ୍ତି । ଚାଣକ୍ୟ କୁହନ୍ତି ଯେ ଯଦି ଦିନର ଆରମ୍ଭ ଭଲ ହୋଇଥାଏ, ପୁରା ଦିନ ସକରାତ୍ମକ ହୋଇଥାଏ । ଫଳରେ ଆପଣ ଭଲ ଭାବେ କାମ କରି ପାରିଥାନ୍ତି । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ନୀତି ଅନୁସାରେ ଆପଣଙ୍କ ଦିନର ଆରମ୍ଭ କିପରି କରିବା ଉଚିତ୍‌ ।

୧. କାର୍ଯ୍ୟର ଯୋଜନା ପ୍ରସ୍ତୁତ କରନ୍ତୁ

ଚାଣକ୍ୟଙ୍କ ନୀତି ଅନୁସାରେ ବ୍ୟକ୍ତିକୁ ସକାଳେ ପ୍ରଥମେ ପୁରା ଦିନର କାର୍ଯ୍ୟର ଯୋଜାନା ପ୍ରସ୍ତୁତ କରିବା ଉଚିତ୍‌ । କାରଣ ଯଦି ବ୍ୟକ୍ତି ମସ୍ତିସ୍କରେ ପୁରା ଦିନ କାର୍ଯ୍ୟର ଯୋଜନା ରହିବ ତେବେ କାର୍ଯ୍ୟରେ ସଫଳତା ମିଳିବାରେ ସମ୍ଭାବନା ଅଧିକ ହେବ ।

୨. ସମୟ ନିର୍ଘଣ୍ଟ ନିହାତି ଜରୁରୀ

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝେ ନାହିଁ, ତାଙ୍କୁ କେବେ ବି ଜୀବନରେ ସଫଳତା ମିଳେ ନାହିଁ । ତେଣୁ ଆପଣଙ୍କ ସବୁ କାର୍ଯ୍ୟକୁ ସମୟ ସହ ପୁରା କରିବାକ ଚେଷ୍ଟା କରନ୍ତୁ । ଫଳରେ କାର୍ଯ୍ୟରେ ସଫଳତା ପାଇବା ସହ ସମ୍ମାନ ଓ ଧନ ଲାଭ ମଧ୍ୟ ହେବ । କାରଣ ବିତି ଯାଇଥିବା ସମୟ କେବେ ବି ଫେରେନା । ଆପଣ କେବେଳ ପଶ୍ଚାତାପ ହିଁ କରିବେ ।

୩. ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ

କୁହାଯାଏ ପ୍ରଥମ ସୁଖ ନୀରୋଗ ଶରୀର ହୋଇଥାଏ । ଯେଉଁ ବ୍ୟକ୍ତି ଶରୀରରେ ଦୁଃଖୀ, ସେ ନିଜର କାମ ଠିକ ଢ଼ଙ୍ଗରେ କରିପାରନ୍ତି ନାହିଁ । ତେଣୁ ନିଜର କାମକୁ ଭଲ ଭାବେ କରିବା ସହ ସଫଳତା ପାଇବା ପାଇଁ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ । ତେଣୁ ପ୍ରତିଦିନ ସକାଳୁ ଉଠି ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଯତ୍ନ କରନ୍ତୁ ।

୪. ଲକ୍ଷ୍ୟ ମଜବୁତ ରଖନ୍ତୁ

ଚାଣକ୍ୟ ନୀତି ଅନୁଯାୟୀ, ଜୀବନରେ ସଫଳତା ହାସଲ କରିବା ପାଇଁ ବ୍ୟକ୍ତିକୁ ନିଜର ଲକ୍ଷ୍ୟ ମଜବୁତ କରିବାକୁ ହେବ । କାରଣ ଯଦି ଆପଣ କିଛି କାମକୁ ପୁରା ଲଗନ ଓ ଦୃଢ଼ ଇଚ୍ଛା ଶକ୍ତି ସହ ନ କରନ୍ତି, ଏଥିରେ ସଫଳତା ପାଇ ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.