ଓଡ଼ିଶା ଅବକାରୀ ବିଭାଗକୁ ମିଳିଲା ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ଗୋଲ୍‌ଡ ଆୱାର୍ଡ ସମ୍ମାନ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଅବକାରୀ ବିଭାଗକୁ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ଗୋଲ୍‌ଡ ଆୱାର୍ଡ ସମ୍ମାନ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଅବକାରୀ ବିଭାଗର ଇ-ଅବକାରୀ ପୋର୍ଟାଲ ମାଧ୍ୟମରେ ବିଭାଗର କାର୍ଯ୍ୟକୁ ସହଜ କରାଯାଇପାରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

 

ଅବକାରୀ କମିସନର ଆଶିଷ ସିଂ, ଅବକାରୀ ବିଭାଗ ଅତିରିକ୍ତ କମିସନର ରାମଚନ୍ଦ୍ର ପଲାଟା, ଅବକାରୀ ବିଭାଗ ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଲବ କେଶରୀ ପ୍ରଧାନ ଓ ଏନଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଞ୍ଜନ ବିଶ୍ୱାଳ ମଧ୍ୟ ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। 5T ଉପକ୍ରମ ମାଧ୍ୟମରେ ୨୦୧୯-୨୦ରୁ ଏନଆଇସିର ବୈଷୟିକ ସହାୟତାରେ ଅବକାରୀ ବିଭାଗର ଇ- ଅବକାରୀ ପୋର୍ଟାଲ କାର୍ଯ୍ୟକ୍ଷମ ରହିଛି। ଏହା ମାଧ୍ୟମରେ ୩୦ଟି ବିଭିନ୍ନ ମଡ୍ୟୁଲକୁ ସହଜ କରାଯାଇପାରିଛି। ଇ-ଲଟେରୀ, ଅବକାରୀ ଲାଇସେନ୍‌ସ ତତ୍କାଳ ପ୍ରଦାନ ଓ ରିନ୍ୟୁଆଲ, ବ୍ରାଣ୍ଡ ଲେବଲ ରେଜିଷ୍ଟ୍ରେସନ ସହ ଶତ ପ୍ରତିଶତ ଅନଲାଇନ ଦେୟ ଆଦି କାର୍ଯ୍ୟକୁ ସହଜ କରାଯାଇପାରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.