ଖୁବଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍‌ ବା ଶ୍ରୀସେତୁ: ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାର ଜନଶୁଣାଣି

ପୁରୀ: ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ସହର କରିବା ପାଇଁ ପ୍ରୟାସ । ଖୁବଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍‌ ବା ଶ୍ରୀସେତୁ । ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାର ଜନଶୁଣାଣି କରାଯିବ । ଶ୍ରୀସେତୁ ପାଇଁ ପୁରୀ ତହସିଲର ୪ଟି ମୌଜାର ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିିିିିିବ ।

ଏହାମଧ୍ୟରେ ସର୍ଭ ଓ ମାପଚୁପ କାମ ସାରି ପ୍ରାୟ ୯୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ଶ୍ରଦ୍ଧାଳୁ ସିଧାସଳଖ ମଙ୍ଗଳାଘାଟ ଛକରୁ ଜଗନ୍ନାଥ ବଲ୍ଳଭରେ ପହଂଚିବେ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅବଢା ଯୋଜନାରେ ୧୯୦ କୋଟି ଟଙ୍କା ଆର୍ଥିନ ଅନୁଦାନ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.