ସିଡ଼ି ଚଢିବା ସମୟରେ ଅଣନିଶ୍ୱାସୀ ହୋଇଯାଉଛନ୍ତି କି ? ଜାଣି ନିଅନ୍ତୁ ଏହା କେଉଁ ରୋଗର ଲକ୍ଷଣ..

ପାହାଚ ଚଢିବା ସମୟରେ ଯଦି ଆପଣ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି କିମ୍ବା ବିନା କାରଣରେ ଅଧିକ କ୍ଲାନ୍ତ ଅନୁଭବ କରନ୍ତି । ତାହେଲେ ଏହା ଶରୀରରେ ରକ୍ତର ଅଭାବ କିମ୍ବା ଏନିମିୟାର ଅନ୍ୟତମ ଲକ୍ଷଣ ଅଟେ । ଯେତେବେଳେ ଶରୀରରେ ରକ୍ତ ଅଭାବ ହୁଏ, ସେତେବେଳେ ମାଂସପେଶୀ ଏବଂ ହାଡ ଦୁର୍ବଳ ହେବାକୁ ଲାଗେ । ଏହା ବ୍ୟତୀତ ରକ୍ତହୀନତାର ଅନ୍ୟ କେତେକ ପ୍ରମୁଖ ଲକ୍ଷଣ ମଧ୍ୟ ରହିଛି ଯାହା ଜାଣିବା ଦ୍ୱାରା ଠିକ୍ ସମୟରେ ଏହାର ଚିକିତ୍ସା କରିପାରିବେ ।

World Heart Day: Breathless climbing stairs? You could be having a heart  attack - The Economic Times

  • ପାହାଚ ଉପରକୁ ଚଢିବା କିମ୍ବା ଜିମରେ ନିୟମିତ ବ୍ୟାୟାମ କରିବା ସମୟରେ ଅଣନିଶ୍ୱାସୀ ଅତ୍ୟଧିକ ଭାବେ ଧଇଁସଇଁ ହୋଇଯିବା ରକ୍ତହୀନତାର ଲକ୍ଷଣ ହୋଇପାରେ ।
  • ଚର୍ମ ରଙ୍ଗ ହଳଦିଆ ହୋଇଯିବ ମଧ୍ୟ ରକ୍ତହୀନତାର ଲକ୍ଷଣ, ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଡାକ୍ତରଙ୍କ କହିବାନୁସାରେ, ଶରୀରରେ ରକ୍ତ ପ୍ରବାହ ଅଭାବରୁ କିମ୍ବା ଲାଲ ରକ୍ତ କଣିକା ଅଭାବରୁ ଚର୍ମ ହଳଦିଆ ହୋଇପାରେ ।
  • ଯଦି ଆପଣ ସମ୍ବେଦନଶୀଳତାରେ ବୃଦ୍ଧି ଏବଂ ସହନଶକ୍ତିରେ ଅଭାବ ଅନୁଭବ କରୁଛନ୍ତି ତେବେ ଏହା ମଧ୍ୟ ରକ୍ତହୀନତାର ଲକ୍ଷଣ ହୋଇପାରେ । ଏହାର ମୁଖ୍ୟ କାରଣ ହେଉଛି ଶରୀରରେ ଆଇରନର ଅଭାବ ଯାହାକି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ ।
  • ଯଦି ଆପଣ ପୂର୍ବ ଅପେକ୍ଷା ନିଜର ଏକାଗ୍ରତାର ଅଭାବ ଅନୁଭବ କରୁଛନ୍ତି ଏବଂ କିଛି ଜିନିଷ ଉପରେ ଧ୍ୟାନ ଦେବାରେ ଅସୁବିଧା ହେଉଛି ତେବେ ଏହା ମଧ୍ୟ ରକ୍ତହୀନତାର ଲକ୍ଷଣ ହୋଇପାରେ ।
  • ଶରୀରରେ ଭିଟାମିନ୍ Dର ଅଭାବ ହେତୁ ରକ୍ତହୀନତାର ଆଶଙ୍କା ବୃଦ୍ଧି ପାଇଥାଏ । ଭିଟାମିନ୍ ଡି ଅଭାବରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଏହାର ହାଡକୁ ମଧ୍ୟ କ୍ଷତି ପହଂଚାଇଥାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.