ଭୁବନେଶ୍ୱର ସାଲିଆସାହିରୁ ଚୋରଣୀ କାମବାଲି ଗିରଫ: ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା, ଗହଣା ଧରି ମାରିଥିଲା ଛୁ

ଭୁବନେଶ୍ବର(କେନ୍ଯୁଜ୍): ଚୋରଣୀ କାମବାଲି। ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ଗିରଫ। କୋଟିଏ ଟଙ୍କାର ସୁନା, ଗହଣା ଚୋରୀ। ଭୁବନେଶ୍ୱର ସାଲିଆସାହିରୁ ଚୋରଣୀ କାମବାଲିକୁ କମିଶନରେଟ୍‌ ପୋଲିସ ସହାୟତାରେ ଗିରଫ କରିଛି ଦିଲ୍ଲୀ ପୋଲିସ। ଦିଲ୍ଲୀର ୩ ଜଣିଆ ଟିମ୍‌ ଗତକାଲି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ।

ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ କାମବାଲି ଭାବେ କାମ କରୁଥିଲା ମହିଳା । ସେଠାରୁ କୋଟିଏ ଟଙ୍କାର ହୀରା ଓ ସୁନା ଗହଣା ନେଇ ଛୁ ମାରିଥିଲା। ଏନେଇ ଥାନାରେ ଅଭିଯୋଗ ପରେ କ୍ୟାପିଟାଲ ଥାନା ପୋଲିସ ସହାୟତାରେ ସାଲିଆ ସାହିରୁ ଗିରଫ କରି ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.