ଅମ୍ଫାନ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟପାଳ ଦେଲେ ୧୧ ଲକ୍ଷ ଟଙ୍କା

କେନ୍ୟୁଜ୍ (ବ୍ୟୁରୋ): ଅମ୍ଫାନ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହାୟତା ଦେଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ରାଜ୍ୟପାଳ  ନିଜ ସ୍ବତନ୍ତ୍ର ପାଣ୍ଠିରୁ ୧୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ଏହା  ସହିତ ପ୍ରଭାବିତଙ୍କୁ ସହଯୋଗ କରିବା  ପାଇଁ ଆଗେଇ ଆସିବାକୁ ଅନୁରୋଧ  କରିଛନ୍ତି।

ସହିଭଳ ରାଜ୍ୟପାଳ  ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାୟନ ଅନୁରୋଧକୁ ପ୍ରଶଂସା କରିଛନ୍ତି । କରୋନା ଯୋଦ୍ଧାଙ୍କ ନିରନ୍ତର କାର୍ଯ୍ୟକୁ ଉତ୍ସାହିତ ଏବଂ ପ୍ରଶଂସା କରିବା ପାଇଁ ଏକ ଉତ୍ତମ ମନୋବଳ ହେବ ବୋଲି ଆଶା କରୁଛି ବୋଲି ଟ୍ବିଟ ମାଧ୍ୟମରେ  ଲେଖିଛନ୍ତି ରାଜ୍ୟପାଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.