ଢିଙ୍କିଆରେ ପୋଲିସର ଲାଠିଚାଳନା ପ୍ରସଙ୍ଗ: ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ଲୋକଙ୍କ ଉପରେ ପୋଲିସର ଲାଠିଚାଳନା ଘଟଣା ପ୍ରସଙ୍ଗରେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ପୋଲିସର ବର୍ବୋରଚିତ ଲାଠିଚାଳନାକୁ ରାଜ୍ୟ ସରକାର ଅସ୍ୱୀକାର କରିଛନ୍ତି । ଢିଙ୍କିଆରେ ଜେଏସଡବ୍ଲ୍ଯୁ ଭଳି ଏକ ଷ୍ଟିଲ କମ୍ପାନୀ ଓ ସିମେଣ୍ଟ କମ୍ପାନୀ ହେଉଥିବାରୁ ଏହା ରାଜ୍ୟର ଉନ୍ନତି ପାଇଁ ଉଦ୍ଦିଷ୍ଟ ବୋଲି ଯୁକ୍ତି ରଖାଯାଇଛି । ଲୋକଙ୍କ ଜୀବନଯାତ୍ରା ଯେଭଳି ପ୍ରଭାବିତ ନ ହେବ ପଦକ୍ଷେପ ଗ୍ରହଣ କରାଯାଇଥିବା ଓ ସ୍ଥାନୀୟ ଅଞ୍ଚଳର ସ୍ଥିତି ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି ।

ଢିଙ୍କିଆରେ ଲୋକଙ୍କୁ ପୋଲିସର ବର୍ବୋରଚିତ ମାଡ଼ ଘଟଣାରେ ନିରପେକ୍ଷ ତଦନ୍ତ ପ୍ରସଂଗ ନେଇ ଦାୟର ତିନୋଟି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜବାବ ଦାଖଲ ହୋଇଛି । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେଦିନ ଆବେଦନକାରୀ ପ୍ରତିଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.