ଯାଜପୁର: ସୁକିନ୍ଦା ତହସିଲଦାରଙ୍କୁ ନାଚିବା ପଡିଲା ମହଙ୍ଗା, ନିଲମ୍ବିତ କଲେ ରାଜ୍ୟ ସରକାର

ଯାଜପୁର ରୋଡ଼(କେନ୍ୟୁଜ୍):  କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା ନିଲମ୍ବିତ l କୋଭିଡ ଗାଇଡଲାଇନ ନ ମାନି ନିଜ ଭାଇ ବାହାଘରରେ ସେ ନାଚଗୀତରେ ମସଗୁଲ ଥିବା ଭିଡିଓ ଭାଇରାଲ ହୋଇଥିଲା l ଗତ ମେ ୨୧ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘରରେ ବରଯାତ୍ରୀଙ୍କ ସହିତ ନାଗିନ ଗୀତରେ ଡ୍ୟାନ୍ସରେ ମସଗୁଲ ଥିଲେ ତହସିଲଦାର ବୁଲବୁଲ ବେହେରା l

କରୋନା କାଳରେ ବିବାହରେ ଲୋକଙ୍କ ଉପସ୍ଥିତି ଓ ଶୋଭାଯାତ୍ରାରେ କଟକଣା ରହିଥିବା ବେଳେ ପ୍ରଶାସନିକ ଅଧିକାରୀ ବୁଲବୁଲ ବେହେରା ଏହାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ଭାଇ ବିବାହରେ ୨୫ରୁ ଅଧିକ ଲୋକ ଯୋଗ ଦେଇଥିଲେ । ବାଜାବାଣ ଫୁଟାଇ ବରଯାତ୍ରୀ ଦଳ ନିୟମ ଭାଙ୍ଗି ଶୋଭାଯାତ୍ରାରେ ଯାଇଥିଲେ ।

ବିନା ମାସ୍କରେ ସାମାଜିକ ଦୁରତା ଭୁଲି ବରଯାତ୍ରୀଙ୍କ ସହିତ ତହସିଲଦାର ବୁଲୁବୁଲ ବେହେରା ଡାନ୍ସ କରିବାର ଭିଡିଓ ଖୁବ୍‌ ଭାଇରାଲ୍‌ ହୋଇଥିଲା l ଏହି ଘଟଣାର ତଦନ୍ତ ପରେ ତହସିଲଦାର ବୁଲବୁଲ ବେହେରାଙ୍କୁ ନିଳମ୍ବନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.