ରଥଯାତ୍ରାରେ ସାମିଲ ସମସ୍ତ ସେବାୟତଙ୍କର ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ):  ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ କୋଭିଡ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରଥଯାତ୍ରାରେ ସାମିଲ ସମସ୍ତଙ୍କର ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ରଥଯାତ୍ରା ପୂର୍ବରୁ ସବୁ ସେବାୟତ ଓ ଅଧିକାରୀଙ୍କ ହେବ ଟିକାକରଣ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭରଚୁଆଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏନେଇ ବିସ୍ତୃତ ମାଇକ୍ରୋ ପ୍ଲାନ୍‌ ହୋଇଛି ପ୍ରସ୍ତୁତ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ପୋଲିସ ଓ ରଥଯାତ୍ରାରେ ନିୟୋଜିତ ବ୍ୟକ୍ତିମାନଙ୍କର ୪ଟି ପର୍ଯ୍ୟାୟରେ କୋଭିଡ୍‌ ପରୀକ୍ଷା କରାଯିବ। ସ୍ନାନ ଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପୂର୍ବରୁ ଓ ନିଳାଦ୍ରୀ ବିଜେର ୧୫ ଦିନ ପରେ RTPCR ଟେଷ୍ଟ କରାଯିବ।

ratha yatra 1

ସ୍ନାନ ପୂର୍ଣ୍ଣିମୀ ଓ ରଥ ଯାତ୍ରା ସମୟରେ ସେବାୟତଙ୍କୁ ପର୍ଯ୍ୟାପ୍ତ ପରିମାଣର ମାସ୍କ ଓ ସାନିଟାଇଜର ଦିଆଯିବ। ଏହି ବୈଠକରେ ପୁରୀ ଜିଲ୍ଲାପାଳ, ବରିଷ୍ଠ ସେବାୟତ ଉପସ୍ଥିତ ଥିଲେ। ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇ କୋଭିଡ୍‌ ନିୟମ ପାଳନ ନେଇ ସଚେତନତା ସହ ସଚେତନତା ପତ୍ର ବଣ୍ଟାଯିବ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବାକୁ କୁହାଯାଇଛି। …ଆସନ୍ତା ୨୪ରେ ସ୍ନାନପୂର୍ଣ୍ଣିମା ଓ ଜୁଲାଇ ୧୨ରେ ରହିଛି ରଥଯାତ୍ରା। ଏବର୍ଷ ବି କେବଳ ପୁରୀରେ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । ଗତବର୍ଷ ଭଳି ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥ ଗଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.