ସହର ଦେଉଛି ଭୋଟ: ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ଚାଲିଛି ମତଦାନ

କେନ୍ୟୁଜ୍: ଆରମ୍ଭ ହୋଇଯାଇଛି ପୌର ଭୋଟ୍‌ । ସହର ବାଛୁଛି ନେତା। ସଂଧ୍ୟା ୫ଟା ଯାଏ ଚାଲିବ ମତଦାନ । ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ହେଉଛି ଭୋଟଗ୍ରହଣ ।

  • ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ ୬୭ଟି ୱାର୍ଡରେ ଥିବା ୭ଲକ୍ଷ ୨୫ହଜାରରୁ ଅଧିକ ଲୋକ ମତଦାନ ସାବ୍ୟସ୍ତ କରୁଛନ୍ତି । ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ପୌର ନିର୍ବାଚନରେ ସୁରକ୍ଷା ଦୟିତ୍ୱରେ ଅଛନ୍ତି ମୋଟ୍‌ ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ।
  • କଟକ ମହାନଗର ନିଗମର ନିର୍ବାଚନ ପାଇଁ ମଧ୍ଯ ଚାଲିଛି ଭୋଟଗ୍ରହଣ। ସହରର ମେୟର ପଦବୀ ପାଇଁ ୧୬ଜଣ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୫୯ଟି ୱାର୍ଡର କର୍ପୋରେଟର ପାଇଁ ୨୫୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ୪୪୯ଟି ଭୋଟଗ୍ରହମ କେନ୍ଦ୍ରରେ ଭୋଟ ଦେଉଛନ୍ତି ୪ଲକ୍ଷ ୫୦ହଜାର ୭୫୯ଭୋଟର। ସହରରେ ୧୦୧ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି।
  • ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୨ଟି ପୌରାଞ୍ଚଳ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଏବଂ କେନ୍ଦ୍ରାପଡା ପୌରାଞ୍ଚଳର ୩୬ ହଜାର ୫୪୮ ଭୋଟର ୮୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୨୯ହଜାର ୮୫୭ ଭୋଟର ୭୩ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି।
  • ଅନ୍ଯପଟେ ବାଲେଶ୍ୱର ଜିଲ୍ଲାରେ ୫ଟି ସହରାଞ୍ଚଳରେ ଚାଲିଛି ଭୋଟଗ୍ରହଣ। ଜିଲ୍ଲାରେ ୨୧୧ଟି ବୁଥ୍‌ କରାଯାଇଥିବାବେଳେ ୧୨୫ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ବାଲେସ୍ୱରର ୯୮ଟି ବୁଥ୍‌, ସୋରରେ ୩୮ଟି, ଜଲେଶ୍ୱରରେ ୨୪ଟି ଓ ନୀଳଗିରିରେ ୧୫ଟି ବୁଥ ଏବଂ ରେମୁଣ୍ଡାରେ ୩୬ଟି ବୁଥ୍‌ରେ ଚାଲିଛି ଭୋଟଗ୍ରହଣ।
  • ପୌର ନିର୍ବାଚନ ପାଇଁ ବଲାଙ୍ଗିରରେ ମଧ୍ଯ ଚାଲିଛି ମତଦାନ । ସହରରର ୮୪ଟି ବୁଥରେ ମତଦାନ କରାଯାଉଛି । ତିନୋଟି ପିଙ୍କ ବୁଥ କରାଯାଇଛି । ୩୨ଟି ସମ୍ବେଦନଶୀଳ ଓ ୬ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ନିରପେକ୍ଷ ଓ ଅବାଧ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବଲାଙ୍ଗିର ପୌର ପରିଷଦରେ ୭୮ ହଜାର ୭୨୩ ଭୋଟର ମତଦାନ କରୁଛନ୍ତି ।
  • ଆନନ୍ଦପୁର ପୌରପରିଷଦରେ ବି ଆରମ୍ଭ ହୋଇଛି ମତଦାନ। ୧୬ ଟି ୱାର୍ଡ ରେ ୩୩ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ମୋଟ ୩୦୭୭୬ ଭୋଟର ମତ ସାବ୍ୟସ୍ତ କରିବେ। ୩୩ ଟି ବୁଥ ମଧ୍ୟରୁ ୩ଟି ପିଙ୍କ ବୁଥ ଓ ୩ ଟି ମଡେଲ ବୁଥ କରାଯାଇଛି। ୧୩ ଟି ବୁଥ ଅତି ସମ୍ବେଦନଶୀଳ ଥିବା ବେଳେ ସିସି କ୍ୟାମେରା ର ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସକାଳୁ ସକାଳୁ ଉତ୍ସାହ ର ସହିତ ମତ ସାବ୍ୟସ୍ତ କରିବାକୁ ଲୋକମାନେ ଲାଇନ ରେ ଠିଆ ହୋଇଥିବା ନଜର ଆସିଛି।
  • ଅନ୍ଯପଟେ ବାରିପଦା ପୌରପରିଷଦର ୨୮ ଟି ୱାର୍ଡ ମଧ୍ଯରୁ ୨ ଟିରେ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚନ ହେବା ପରେ ଅବଶିଷ୍ଟ ୨୬ ଟି ୱାର୍ଡ ଓ ପୌରାଧ୍ୟକ୍ଷ ପାଇଁ ହେଉଛି ନିର୍ବାଚନ । ୧୬ ଜଣ ପୌରାଧ୍‌ୟକ୍ଷ ପ୍ରାର୍ଥୀ ଓ ୧୧୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବାରିପଦା ପୌର ପରିଷଦରର ୮୧ ହଜାର ୨୨୨ ଭୋଟର । ସକାଳୁ ସକାଳୁ ମତଦାନ ପାଇଁ ଲାଗିଛି ଲମ୍ବା ଲାଇନ୍ । ଚାଲିଛି ଶାନ୍ତି ଶୃଙ୍ଖଳା ସହ ମତଦାନ । ୮୨ ବୁଥ ରେ ଚାଲିଛି ମତଦାନ । ୮୨ ଟି ବୁଥ ମଧଯୟରୁ ୩ ଟି ଆଦର୍ଶ ବୁଥ ପ୍ରସ୍ତୁତ କରିଛି ପ୍ରଶାସନ । ଶାନ୍ତିଶୃଙ୍ଖଳା ପାଇଁ ବ୍ୟପକ ପୋଲିସ ମୁତୟନ କରାଯାଇଛି । ଦୀର୍ଘ ୮ ବର୍ଷ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ପ୍ରାର୍ଥୀଙ୍କ ଠାରୁ ଭୋଟର ସମସ୍ତଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ସକାଳ ୮ ଟାର ମତଦାନ ଆରମ୍ଭ ହୋଇଥିବା ବେଳେ ଚାଲିବ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ।
  • ସେହିପରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳରେ ୩୮ଟି ବୁଥ ଓ କାଶୀନଗର ଏନଏସିର ୧୩ଟଇ ବୁଥରେ ଚାଲିଛି ମତଦାନ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମସ୍ତ ବୁଥ ବୁଲିବା ସହ ପିଙ୍କ ବୁଥ ଓ ମଡେଲ ବୁଥର ଉଦଘାଟନ କରିବା ସହ ସ୍ଥିତି ପରକ୍ଷୀ କରିଛନ୍ତି।
  • ଅନ୍ଯପଟେ, ନୟାଗଡ ପୌର ପରିଷଦରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି । ନୟାଗଡ ପୌର ପରିଷଦରମୋଟ ୨୫ଟି ବୁଥରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ୪ଟି ସ୍ଥାନରେ ପିଙ୍କ ବୁଥ୍‌ ହୋଇଛି । ନିର୍ବାଚନରେ କଲେଜ ଛାତ୍ରଛାତ୍ରୀ ମାନେ ସ୍ୱେଚ୍ଛାକୃତ ଭାବେ ସହଯୋଗ କରୁଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
  • ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୧୫ଟି ୱାର୍ଡରେ ମୋଟ ୧୮ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ। ୧୮ହଜାର ୩୬୦ଜଣ ଭୋଟର ନିଜ ମତ ସାବ୍ୟସ୍ତ କରୁଛନ୍ତି। ଅଧ୍ୟକ୍ଷ ଆସନରେ ୬ଜଣ ପ୍ରାର୍ଥୀ ଓ ୧୫ଟି ୱାର୍ଡରେ ୩୯ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
  • ଉଦଳା ଏନଏସିରେ ଚାଲିଛି ଭୋଟିଂ । ଚଳିତ ନିର୍ବାଚନରେ ଚେୟାରମ୍ୟାନ୍‌ ପ୍ରାର୍ଥୀଙ୍କୁ ଭୋଟର ସିଧାସଳଖ ଭୋଟ ଦେଇ ଚୟନ କରୁଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
  • ସେହିପରି ଜଳେଶ୍ୱର ପୌରପରିଷଦରେ ଚାଲିଛି ମତଦାନ । ମନ ପସନ୍ଦର ପ୍ରାର୍ଥୀ ବାଛୁଛନ୍ତି ଭୋଟର । ଅଧ୍ୟକ୍ଷ ପଦ ପାଇଁ ୪ଜଣ ଓ କାଉନସିଲର ପଦ ପାଇଁ ୫୫ ଜଣ ଲଢୁଛନ୍ତି । ମୋଟ ୨୪ଟି ବୁଥ୍‌ କରାଯାଇଛି । ୩ଟି ମଡେଲ ବୁଥ୍‌ ଥିବାବେଳେ ୩ଟି ପିଙ୍କ ବୁଥ୍‌ ରହିଛି।
  • ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଭଞ୍ଜନଗର, ଆସିକା, ବେଲଗୁଣ୍ଠା, ବୁଗୁଡ଼ା ଏନ୍‌ଏ ସି ସମେତ ଛତ୍ରପୁର ଉପଖଣ୍ଡର ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିରେ ମତଦାନ ଜାରି । ପୋଲିସ୍‌ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଭଂଜନଗର ଉପଖଣ୍ଡ ପୋଲିସ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ ମୁତୟନ ରହିଥିବା ବେଳେ ୫ ଜଣ ବରିଷ୍ଠ ପୋଲିସ ଅଧିକାରୀ ଏବଂ ୭୦ ଜଣ ଅଫିସର୍‌ ନିୟୋଜିତ ଅଛନ୍ତି । ଭଂଜନଗର ଏନ୍‌ଏସିରେ ଚାଲିଥିବା ମତଦାନରେ ଉତ୍ସାହର ସହ ମତଦାନ କରୁଛନ୍ତି ଭୋଟର ।
  • ରେଢାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ଟି ୱାର୍ଡର ୧୭ଟି ବୁଥ୍‌ରେ ଚାଲିଛି ମତଦାନ। ୧୭ଟି ବୁଥ୍‌ରେ ୧୨ ହଜାର ୩୮୧ଜଣ ଭୋଟର ମତଦାନ ଦେଉଛନ୍ତି। ସେଥମଧ୍ୟରୁ ୬ହଜାର ୧୬୯ ପୁରୁଷ ଭୋଟର ଥିବା ବେଳେ ୬ହଜାର ୧୬୯ ପୁରୁଷ ଭୋଟର ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.