Below header

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ପୂରିଲା ମାସେ, ନଜିତିବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ ବୋଲି କହିଲେ ଜେଲେନ୍‌ସ୍କି

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ପୂରିଲା ମାସେ। ଫେବ୍ରୁଆରୀ ୨୪ରେ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ ପୁଟିନ୍‌ । ଦୀର୍ଘ ଦିନର ସମର ସଜା ପରେ ସ୍ପେସାଲ ମିଲିଟାରୀ ଅପରେସନ୍‌ ଆରମ୍ଭ କରିଥିଲା ଋଷ ।

ୟୁକ୍ରେନ୍‌ର ପୂର୍ବ ପଟରୁ ଆରମ୍ଭ କରିଥିଲା ଆକ୍ରମଣ । ପରେ ଦକ୍ଷିଣ, ଉତ୍ତର ଏବଂ ଶେଷରେ ପଶ୍ଚିମରେ ଆକ୍ରମଣ କରିଛି । ଉତ୍ତର ଓ ପଶ୍ଚିମରେ ଋଷ ସେନାକୁ ମିଳିନି ସଫଳତା । ପଶ୍ଚିମରେ ହାଇପରସୋନିକ୍‌ ମିଶାଇଲ ଆଟାକ୍‌ କରିଛି ପୁଟିନ୍‌ ସେନା ।

ଏପର୍ଯ୍ୟନ୍ତ ୧୧ଶହରୁ ଅଧିକ ମିଶାଇଲ ମାଡ଼ କରି ସାରିଲାଣି । ୟୁକ୍ରେନ୍‌ର ଅନେକ ସହର ଛାରଖାର ହୋଇଗଲାଣି । ତେବେ ମାସେ ପରେ ବି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ପାରୁନି ଯୁଦ୍ଧ । ଏଯାଏ ୧୫ହଜାର ୬ଶହ ସୈନ୍ୟଙ୍କୁ ହରାଇସାରିଲାଣି ଋଷ । ଯାହା ଆଫଗାନ ଯୁଦ୍ଧରେ ହରାଇଥିବା ସୈନ୍ୟ ସଂଖ୍ୟା ଠାରୁ ଅଧିକ ।

ଋଷିଆର ୫୧୭ ଟ୍ୟାଙ୍କ ଧ୍ୱଂସ କରିଦେଲାଣି ୟୁକ୍ରେନ୍‌ । ୧୦୧ ଫ୍ଲାଇଟ୍‌, ୧୨୪ ହେଲିକପ୍‌ଟରକୁ ମାରି ଖସାଇ ଦେଲାଣି । ସାମରିକ କ୍ଷତ ସହ ଆର୍ଥିକ କ୍ଷତି । ବିଶ୍ୱରେ ଏକଘରିକିଆ ହୋଇ ସାରିଲାଣି ଋଷ । ପାଶ୍ଚାତ୍ୟ ଆର୍ଥିକ କଟକଣା ମସ୍କୋର ଅର୍ଥନୀତିକୁ ସଂକଟରେ ପକାଇଛି । ସେପଟେ ଯୁଦ୍ଧ ନଜିତିବା ପର୍ଯ୍ୟନ୍ତ ଆମର ବିଶ୍ରାମ ନାହିଁ ବୋଲି ଜେଲେନ୍‌ସ୍କି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.