ବାପ୍‌ରେ କେତେ ବିଶାଳ…ମତ୍ସ୍ୟଜୀବୀଙ୍କୁ ନଦୀରୁ ମିଳିଲା ଜୀବିତ ଡାଏନାସୋର! ସୋସିଆଲ ମିଡିଆରେ ଭିଡିଓ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ

କ’ଣ ଆପଣ ଜୀବିତ ଡାଏନାସୋର ଦେଖିଛନ୍ତି? ବୋଧହୁଏ ନୁହେଁ, ଆମ ଭିତରୁ କେହି ବି ଜୀବିତ ଡାଏନାସୋର ଦେଖି ନାହାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ‘ଜୀବିତ ଡାଏନାସୋର’ ମାଛ ବିଷୟରେ କହିବୁ। ମାଛ ଧରିଥିବା ଦୁଇ ଲୋକ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ଯେ ସେମାନଙ୍କ ହାତରେ ଜୀବିତ ଡାଏନାସୋର ଲାଗିଯିବ। ପାଖାପାଖି ୨୭୦ କିଲୋ ଓଜନର ଏହି ମାଛକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଗଲେ। Sturgeon ପ୍ରଜାତିର ଏହି ମାଛ ଜୀବିତ ଡାଏନାସୋର ନାଁରେ ଜଣାଯାଇଥାଏ।

ବ୍ରିଟିଶ କଲମ୍ବିଆର ୟବେସ୍‌ ବିସନ ଓ ଏଙ୍ଗଲର ଡ୍ୟାନ ଲଲିୟର କାନାଡାର ଫ୍ରାଜର ନଦୀରେ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କୁ ପାଣିରେ ଏକ ବିଶାଳକାୟ ମାଛ ଦେଖାଯାଇଥିଲା। ସେମାନେ ବିଳମ୍ବ ନ କରି ସେହି ମାଛ ପାଖରେ ପହଞ୍ଚିଥିଲେ। ଯେମିତି ହିଁ ସେମାନେ ମାଛକୁ ପାଣିରୁ ବାହାର କରିଥିଲେ, ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାହିଁକି ନା, ସେମାନଙ୍କ ହାତରେ ଲାଗିଥିଲା ଜୀବିତ ଡାଏନାସୋର ନାମକ ଏକ ଦୁର୍ଲ୍ଲଭ ମାଛ।

ଏହି ମାଛ ୧୧ ଫୁଟ ଲମ୍ବ ହୋଇଥିବା ବେଳେ ବୟସ ୭୦ରୁ ୧୦୦ ବର୍ଷ ଭିତରେ ହୋଇପାରେ ବୋଲି ଅନୁମାନ କରାଯାଉଛି। ବିସନଙ୍କ କ୍ୟାମେରାରେ କଏଦ ହୋଇଥିବା ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଏ ପର୍ଯ୍ୟନ୍ତ ୩୫ ମିଲିୟନରୁ ଅଧିକ ଭ୍ୟୁ ମିଳି ସାରିଲାଣି। ତେବେ ବିସନ କହିଥିଲେ ଯେ ସେ ଏହି ମାଛ ଉପରେ ଟ୍ୟାଗ ଲଗାଇ ତାକୁ ପୁଣି ପାଣିରେ ଛାଡ଼ି ଦେଇଥିଲେ। ଫିଶିଙ୍ଗ୍‌ ଏକ୍ସପର୍ଟ ଏଙ୍ଗଲର କହିଛନ୍ତି, Sturgeon ପ୍ରଜାତିର ଏହି ମାଛକୁ ଜୀବିତ ଡାଏନାସୋର କୁହାଯାଏ। କାହିଁକି ନା, ଏହା ଜୁରାସିକ୍‌ ୟୁକର ମାଛ। ଏହି ମାଛ ବିଶ୍ୱର ସବୁଠାରୁ ମଜଭୁତ ତାଜା ପାଣିର ମାଛ ରୂପେ ମଧ୍ୟ ଜଣାଯାଇଥାଏ। Sturgeon ଦୀର୍ଘ ଦିନ ପର୍ଯ୍ୟନ୍ତ ଜୀବିତ ରହି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.