Below header

ଭାରସାମ୍ଯ ହରାଇ ଓଲଟିଲା କୋଲକତାରୁ ଅନୁଗୁଳ ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍, ୭ ଗୁରୁତର

ଜଳେଶ୍ବର: ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ , ୭ ଯାତ୍ରୀ ଗୁରୁତର। ପଶ୍ଚିମବଙ୍ଗର କୋଲକତାରୁ ଅନୁଗୁଳ ଅଭିମୁଖେ ଯାଉଥିବା ଡାଇନା ନାମକ ଏକ ଘରୋଇ ବସ୍ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ଯ ହରାଇ ଆଙ୍ଗୁଆ ନିକଟରେ ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା । ଫଳରେ ବସ୍ ଭିତରେ ଥିବା ୫୫ ଜଣ ଯାତ୍ରୀଙ୍କ ମଧ୍ଯରୁ ୭ଜଣ ଗୁରୁତର ହୋଇଥିବା ଜଣାପଡିଛି।

ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଦିନିପୁର ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ତେବେ ଦ୍ରୁତଗତିରେ ବସଟି ଯାଉଥିବାରୁ ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। ମେଦିନିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.