Below header

ଆଜି ରାଜ୍ୟରେ ୩୩୨୬ ନୂଆ ପଜିଟିଭ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୩୨୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୨୩କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୧ ଲକ୍ଷ ୯୮ ହଜାର ୧୯୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୩୩ ହଜାର ୫୫୯ ଟି ଆକ୍ଟିଭ କେଶ ରହିଛି । ଗୋଟେ ପଟରେ ୩୩୨୬
ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦୬୬ ଜଣ ସଦ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୬୩୮
ଜଣ ଥିବା ବେଳେ ମାଲକାନଗିରିରୁ ସର୍ବନିମ୍ନ ୧୯ ଜଣ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଛି । ମୋଟ ଚିହ୍ନଟଙ୍କ ମଧ୍ୟରୁ କ୍ଵାରେଣ୍ଟୀନ ସେଣ୍ଟରରୁ ୧୯୪୫ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ୧୩୮୨ ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି ।

ସେପଟେ ଗତ ୨୪ ଘଣ୍ଟା ଭିତରେ ୧୫ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୯୦୭କୁ ବୃଦ୍ଧି ପାଇଛି । ଏମଧ୍ୟରୁ ଭୁବନେଶ୍ୱରରୁ ୨ ଜଣ ଥିବା, କଟକ ଜିଲ୍ଲାରୁ ୩ ଜଣ, ବୌଦ୍ଧରୁ ଜଣେ, ଢେଙ୍କାନାଳର ଜଣେ, ଜଗତସିଂହପୁରର ଜଣେ, କେନ୍ଦ୍ରାପଡାରୁ ଦୁଇ ଜଣ, କେଉଁଝରରୁ ଜଣେ, ଖୋର୍ଧାରୁ ଜଣେ ଅଛନ୍ତି । ସେପଟେ କୋରାପୁଟରୁ ଜଣେ, ମାଲକାନଗିରିରୁ ଜଣଙ୍କ, ସମ୍ବଲପୁର ଜିଲ୍ଲାରୁ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.