ଆସୁଛି Poco C3ର ନୂଆ ଦମଦାର ସ୍ମାର୍ଟଫୋନ, ଏମିତି ରହିଛି ଫିଚର୍ସ

Poco ଆଣୁଛି ଦମଦାର ଫୋନ। Poco C3ରେ ରିଅର ଟ୍ରିପଲ କ୍ୟାମେରା ସେଟଅପ୍‌ ରହିଛି। ଯେଉଁଥିରେ ୧୩ ଏମପି ପ୍ରାଇମେରୀ କ୍ୟାମେରା ରହିବ ବୋଲି ଜଣାପଡିଛି। ଆସନ୍ତା ୬ ତାରିଖରେ ୧୨ଟାରେ ଲଞ୍ଚ ହେବ। ଏହା ପୂର୍ବରୁPoco ଇଣ୍ଡିଆ ଟ୍ଵିଟରରେ ଏକ ସର୍ଟ ଭିଡିଓ ସେୟାର କରିଥିଲା। ଯେଉଁଥିରେ କ୍ୟାମେରାର ସ୍ପେସିଫିକେସନ ବିଷୟରେ ସୂଚନା ରହିଥିଲା।

ଏହି ୨୦ ସେକେଣ୍ଡ ଭିଡିଓରେ ଫୋନର ଟ୍ରିପଲ ରିଅର କ୍ୟାମେରା ସେଟଅପ୍‌ ଦେଖିବାକୁ ମିଳିଛି। ଏଥିରେ ମାଇକ୍ରୋ ସୁଟର ଏବଂ ଏକ ଡେପଥ ସେନସର ମଧ୍ୟ ରହିବ। ଏହାର ରିଅର କ୍ୟାମେରାର ଡିଜାଇନRedmi 9C ଭଳି ରହିଛି। ଏହାଛଡା କ୍ୟାମେରାରେ ୧୩+୨+୨ ମେଗାପିକ୍ସେଲ କ୍ୟାମେରା ରହିଛି। କିନ୍ତୁ Poco C3 ବାକି ଦୁଇ ସେନସର ବିଷୟରେ ସ୍ପେସିଫିକେସନ ବିଷୟରେ ଅଧିକ ବିବରଣୀ ଦିଆଯାଇନାହିଁ।

poco

ଲଞ୍ଚ ହେବା ପରେ ଏହି ଫୋନ ଫ୍ଲିପକାର୍ଟରେ ଉପଲବ୍ଧ ହେବ। କିନ୍ତୁ ଏପର୍ଯ୍ୟନ୍ତ ଏହା କେତେ ଟଙ୍କା ରହିବ ତାହା ବିଷୟରେ କିଛି କୁହାଯାଇନାହିଁ। ଏହାର ୪ ଜିବି+୬୪ ଜିବି ଭାରିଅଣ୍ଟର ମୂଲ୍ୟ ୧୦,୯୯୯ ଟଙ୍କା ରହିପାରେ ବୋଲି ଅନୁମାନ କରାଯାଉଛି।