ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୧୧୦ ନୂଆ ପଜିଟିଭ୍‌ ଚିହ୍ନଟ, ୬୬ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଲଗାତାର ୨ ପ୍ରତିଶତରେ ରହିଛି ଦୈନିକ ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୨.୯୧ ପ୍ରତିଶତ। ଯାହାକି ଗତକାଲି ଥିଲା ୨.୯୯ ପ୍ରତିଶତ। ଗତ ୨୪ ଘଣ୍ଟାରେ ୨ ହଜାର ୧୧୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୭୨ ହଜାର ୩୨୨ ଟେଷ୍ଟିଂ ହୋଇଥିଲା ।

ଖୋର୍ଦ୍ଧାରୁ ସର୍ବାଧିକ ୪୫୮ପଜିଟିଭ୍‌ ବାହାରିଛନ୍ତି । କଟକରୁ ୩୨୩, ବାଲେଶ୍ୱରରୁ ୧୬୮,କେନ୍ଦ୍ରାପଡାରୁ ୧୩୨ ଓ ପୁରୀରୁ ୧୧୩ ରହିଛି କରୋନା କେସ୍‌। ୨୫ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୨୨ ହଜାର ୨୯୯କୁ ହ୍ରାସ ପାଇଛି। ରାଜ୍ୟରେ ଗ୍ରୀନ୍‌ ଜୋନରେ ରହିଛି ୨୪ ଜିଲ୍ଲା । ୨ ଜିଲ୍ଲା ରେଡ୍‌ ଜୋନରେ ଥିବାବେଳେ ୪ ଜିଲ୍ଲା ୟେଲୋ ଜୋନ୍‌ରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.