Below header

ଆଜିଠୁ ଝାରସୁଗୁଡା ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌, ଉପଲବ୍ଧ ହେବ ଏହି ସୁବିଧା

ଝାରସୁଗୁଡା(କେନ୍ଯୁଜ୍): ଆଜିଠୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌ ବା ଇନଷ୍ଟମେଣ୍ଟ୍ରାଲ ଲାଣ୍ଡିଂ ସିଷ୍ଟମ୍‌ । ଆଜି ମଧ୍ୟରାତ୍ରିରୁ ଆଇଏଲଏସ୍‌ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ।

ଆଇଏଲଏସ କାର୍ଯ୍ୟକ୍ଷମ ହେଲେ କୁହୁଡି, ବର୍ଷା ଭଳି ପ୍ରତିକୂଳ ପାଗରେ ବିମାନ ଅବତରଣ ଓ ଉଡାଣ କରିପାରିବ । ଗତ ଡିସେମ୍ବର ୨୫ ତାରିଖରେ ଆଇଏଲ୍‌ଏସ୍‌ ଟ୍ରାଏଲ ରନ୍‌ ଶେଷ ହୋଇଥିବାବେଳେ ଏବେ ଡିଜିସିଏ ଏହାର ତଦାରଖ କରି ଲାଇସେନ୍ସ ପ୍ରଦାନ କରିଛି। ମୋଟ ୨୬ କୋଟି ଟଙ୍କା ବ୍ୟୟରେ ଆଇଏଲଏସ୍‌ ସ୍ଥାପନ ହୋଇଛି। ପୂର୍ବରୁ କୁହୁଡି କିମ୍ବା ବର୍ଷା ହେଲେ ବିମାନ ଉଡାଣ ଓ ଅବତରଣରେ ବାଧା ଉପୁଜୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.