ସାଧାରଣତନ୍ତ୍ର ଦିବସ ପାଳନ ନେଇ SRCଙ୍କ ଗାଇଡଲାଇନ୍‌ ଜାରି, ୧୦ଜଣରୁ ଅଧିକ ଲୋକଙ୍କ ସମାଗମ ମନା

ଭୁବନେଶ୍ବର(କେନ୍ଯୁଜ୍): ସାଧାରଣତନ୍ତ୍ର ଦିବସ ପାଳନ ନେଇ SRCଙ୍କ ଗାଇଡଲାଇନ୍‌ ଜାରି ହୋଇଛି । ସର୍ବସାଧାରଣ ସ୍ଥାନ, ବେସରକାରୀ ସଂସ୍ଥା, କ୍ଲବ ଆଦି ପରିସରରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ୧୦ଜଣରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ। କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି। ଜନସାଧାରଣ ବାସଭବନ ପରିସରରେ ଜାତୀୟ ପତାକା ଉଡାଇ ପାରିବେ । କିନ୍ତୁ ଗହଳି ହେବି ନାହିଁ ।

୫ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟସ୍ତରୀୟ, ଜିଲ୍ଲା, ବ୍ଲକ ଓ ପଂଚାୟତସ୍ତରରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.