Below header

ସରକାର ଘୋଷଣା କଲେ ନୂଆ ନିୟମ : ଚାକିରି ନ କରି ବି ପାଇବେ ୩୫୦୦ ଟଙ୍କା

ନୂଆଦିଲ୍ଳୀ : ବେରୋଜଗାର ଯୁବକଙ୍କୁ ଲାଭ ଦେବା ପାଇଁ ରାଜସ୍ଥାନ ସରକାର ଭତ୍ତା ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଅନୁଯାୟୀ ଯୁବକଙ୍କୁ ଆର୍ଥିକ ଲାଭ ମିଳିବ । ଯେଉଁ ଯୁବକ ଦ୍ୱାଦଶ ଶ୍ରେଣୀ କିମ୍ବା ଡ୍ରିଗ୍ରୀ ପାସ କରିଥିବେ ଏବଂ ଚାକିରି ପାଇନଥିବେ ସେମାନଙ୍କୁ ଆର୍ଥିକ ସହାୟତା ମିଳିବ ।

ପ୍ରତି ମାସ ମିଳିବ ୩୫୦୦ ଟଙ୍କାର ସହାୟତା ରାଶି

ରାଜସ୍ଥାନ ଯୁବକ ଯେଉଁମାନେ ଦ୍ୱାଦଶ ଶ୍ରେଣୀ ପାସ କରି କଲେଜରେ ପଢ଼ୁଥିବେ, ସେମାନଙ୍କୁ ଚାକିରି ମିଳି ନଥିବ ସେମାନଙ୍କୁ ରାଜସ୍ଥାନ ସରକାର ବେରୋଜଗାରୀ ଭତ୍ତା ଦେବେ । ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଆରମ୍ଭ କରିଦେଇଛନ୍ତି । ଏହି ଯୋଜନା ଅନୁଯାୟୀ ପ୍ରତି ମାସ ଯୁବକଙ୍କୁ ୩୫୦୦ ଟଙ୍କା ପ୍ରତି ମାସ ମିିଳିବ ।

ଆବେଦନ ପାଇଁ ଯୋଗ୍ୟତା

– ରାଜସ୍ଥାନ ଶିକ୍ଷିତ ଯୁବକ ଏହି ଯୋଜନାର ଲାଭ ଉଠାଇ ପାରିବେ ।

– ଆବେଦନ କରୁଥିବା ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା କିମ୍ବା ଏହା ଠାରୁ କମ ହେବା ଦରକାର ।

– ଆବେଦକଙ୍କ ବୟସ ୨୧ ରୁ ୩୫ ବର୍ଷ ହେବା ଦରକାର ।

– ବୋରୋଜଗାରୀ ଭତ୍ତା ୨୦୨୧ ର ଲାଭ ଉଠାଇବା ପାଇଁ ଆବେଦକଙ୍କୁ ଅତି କମରେ ଦ୍ୱାଦଶ ପାସ କରିଥିବା ଦରକାର ।

– କେହି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର ଅନ୍ୟ ଭତ୍ତା ପାଉନଥିବେ ।

ଏହି ଡକ୍ୟୁମେଣ୍ଟ ଥିବା ଆବଶ୍ୟକ

– ଆଧାର କାର୍ଡ, ଆୟ ପ୍ରମାଣ ପତ୍ର, ମୂଳ ନିବାସ ପତ୍ର, ରାଜସ୍ଥାନ ଏସଏସଓ ଆଇଡି, ପାସପୋର୍ଟ ଫଟୋ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.