ବ୍ରହ୍ମାଣ୍ଡର ରହସ୍ୟ ଜାଣିବା ପାଇଁ ଆଉ ପାଦେ ଆଗେଇଲା ନାସା: ୧୫ଲକ୍ଷ କିମି ଦୂରରେ ପହଞ୍ଚିଲା ଟେଲିସ୍କୋପ !

କେନ୍ଯୁଜ୍: ୧୫ଲକ୍ଷ କିମି ଦୂରରେ ପହଞ୍ଚିଲା ଟେଲିସ୍କୋପ। ଶେଷ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଜେମସ୍‌ ୱେବ ଟେଲିସ୍କୋପ। ପୃଥିବୀର ସର୍ବବୃହତ ଓ ଶକ୍ତିଶାଳୀ ଟେଲିସ୍କୋପ। ଏହା ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ନାସା ପକ୍ଷରୁ ସୂଚନା ମିଳିଛି। ବ୍ରହ୍ମାଣ୍ଡର ରହସ୍ୟ ଜାଣିବା ପାଇଁ ଆଉ ଏକ ପାଦ ଆଗେଇଛି ନାସା।

ଡିସେମ୍ବର ୨୫ରେ ଫ୍ରେଞ୍ଚ ଗୁଏନାର କୋରୋଉ ସ୍ପେସ ଷ୍ଟେସନରୁ ଏହାକୁ ଲଞ୍ଚ କରାଯାଇଥିଲା। ଜେମ୍‌ସ ୱେବ ସ୍ପେସ ଟେଲିସ୍କୋପ ଆଜି ପର୍ଯ୍ୟନ୍ତ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ବିଶାଳ ଓ ଶକ୍ତିଶାଳୀ ବୋଲି ନାସା ପକ୍ଷରୁ କୁହାଯାଇଛି। ତିନିଦଶନ୍ଧି ଧରି ଏହାର ନିର୍ମାଣ ପ୍ରକଳ୍ପ ଚାଲିଥିବା ବେଳେ ଏଥିରେ ୧୦ବିଲିୟନ ଡଲାର ଖର୍ଚ୍ଚ ହୋଇଛି।

ନାସା, ୟୁରୋପିଆନ ସ୍ପେସ ଏଜେନ୍‌ସି ଓ ଦି କାନାଡିଆନ ସ୍ପେସ ଏଜେନ୍‌ସିର ମିଳିତ ସହଯୋଗରେ ଏହାକୁ ନିର୍ମାଣ କରାଯାଇଛି। ଏହା ମାଧ୍ୟମରେ ବ୍ରହ୍ମାଣ୍ଡର ବହୁ ଦୂରତାରେ ଥିବା ଆକାଶ ଗଙ୍ଗା, ଗ୍ରହାଣୁପୁଞ୍ଜ, କୃଷ୍ଣ ଗର୍ତ୍ତ, ବିଭିନ୍ନ ଗ୍ରହ, ସୌରମଣ୍ଡଳ ଆଦିର ଅବଲୋକନ କରାଯାଇପାରିବ। ଅନ୍ତରୀକ୍ଷରେ ଅନ୍ଧାର ପର୍ଯ୍ୟନ୍ତ ଏଥିରେ ଦେଖାଯାଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.