ମାଘରେ ଶୀତ ଗାଏବ, ବଢୁଛି ରାତି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ମାଘରେ ଶୀତ ଗାଏବ। ବଦଳୁଛି ପାଣିପାଗ । କମିଛି ଶୀତ ବଢୁଛି ତାପମାତ୍ରା । ବିଭିନ୍ନ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪ ଡିଗ୍ରୀ ସେଲସିୟସ ଉପରେ ପାରଦ । ୩୧ ଡିଗ୍ରୀ ସେଲସିୟସ ଉପରେ ୧୭ଟି ସହର ସର୍ବୋଚ୍ଚ ତାପମାତ୍ରା ଥିବା ବେଳେ ୩୨ ଡିଗ୍ରୀ ସେଲସିୟସ ଉପରେ ୭ଟି ସହରର ତାପମାତ୍ରା ରହିଛି । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୩.୦୮ ଡିଗ୍ରୀ ସେଲସିୟସ ରହିଛି ।

ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ହେବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବାୟୁମଣ୍ଡଳରେ ସାମୁଦ୍ରିକ ବାୟୁର ପ୍ରଭାବ ନାହିଁ । ଏଥିପାଇଁ ତାପମାତ୍ରା ବଢୁଛି । ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକ ତାତି ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.