ନ୍ୟାସନାଲ ସେଲିଂ ଲେବଲ କୋର୍ସ ପ୍ରତିଯୋଗିତା ଅନୁଷ୍ଠିତ, ପୁରୀ ସମୁଦ୍ର କୂଳ ଓ କଟକ ମହାନଦୀରେ ଦିଆଯାଇଥିଲା ଟ୍ରେନିଂ

ଜଳ କ୍ରୀଡା କ୍ଷେତ୍ରରେ ଆଗକୁ ଯିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟର ଖେଳାଳୀମାନେ । ଗତ ଆଠ ଦିନ ଧରି ଚାଲିଥିଲା ଓଡିଶା ୟାଚିଂ ଆସୋସିଏସନର ନାସନାଲ ସେଲିଂ ଲେବଲ କୋର୍ସ ପାଇଁ ପ୍ରତିଯୋଗିତା । ପୁରୀ ସମୁଦ୍ର କୁଳ ଓ କଟକ ମହାନଦୀରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରଶିକ୍ଷଣ ।

କଟକ (କେନ୍ୟୁଜ): ଜଳ କ୍ରୀଡା କ୍ଷେତ୍ରରେ ଆଗକୁ ଯିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟର ଖେଳାଳୀମାନେ । ଗତ ଆଠ ଦିନ ଧରି ଚାଲିଥିଲା ଓଡିଶା ୟାଚିଂ ଆସୋସିଏସନର ନ୍ୟାସନାଲ ସେଲିଂ ଲେବଲ କୋର୍ସ ପାଇଁ ପ୍ରତିଯୋଗିତା । ପୁରୀ ସମୁଦ୍ର କୂଳ ଓ କଟକ ମହାନଦୀରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରଶିକ୍ଷଣ । ଉଇଣ୍ଡ ସରଫିଙ୍ଗ ବା ସେଲିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜାତୀୟ ସେଲିଂ ମାନଦଣ୍ଡର ଏକ, ଦୁଇ ଏବଂ ତିନି ଲେବୁଲ କୋର୍ସରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ କରିଛି ଜାତୀୟ ଫେଡରେସନ ।

ଏହାକୁ ଦୃଷ୍ଟିରେ ରଖି ଏହି ଆୟୋଜନ କରିଛି ଓଡିଶା ୟାଚିଂ ଆସୋସିଏସନ । ଗତକାଲି ସିଲଭର ସିଟି ବୋଟ କ୍ଲବ, ମହାନଦୀ ଗର୍ଭରେ ଆଡ଼ଭାନ୍ସ ଏଣ୍ଟରପ୍ରାଇଜ ସେଲିଂ ଅଭ୍ୟାସ ଶିବିର ଓ ନ୍ୟାସନାଲ ସାର୍ଟିଫିକେସନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଆହୁଲାର ବିନା ସାହାଯ୍ୟରେ କେବଳ ପବନର ଗତିବିଧି ସହାୟତାରେ ଜଳ କ୍ରୀଡା କରିବାକୁ କୁହାଯାଏ ଉଇଣ୍ଡ ସରଫିଙ୍ଗ ଓ ଉଇଣ୍ଡ ସେଲିଂ । ମୋଟ ୧୨ ଜଣ କ୍ରୀଡ଼ାବିତ ସଫଳତାର ସହିତ ୯୦ ପ୍ରତିସତରୁ ଅଧିକ ନମ୍ବର ରଖି ଏହି ନାସନାଲ ସେଲିଂ ଲେବଲ କୋର୍ସରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପୁରୀରେ ଚାରି ଦିନ ଏବଂ କଟକ ମହାନଦୀରେ ଦୁଇ ଦିନ ଧରି ଚାଲିଲା ଏହି ପ୍ରଶିକ୍ଷଣ । ଥିଓରୀ ସହିତ କରାଗଲା ହେଲା ପ୍ରାକ୍ଟିକାଲ ପରୀକ୍ଷା । ଓଡିଶାରେ ଅନେକ ଭଲ ପ୍ରତିଭା ରହିଥିବା କୋଚ୍ କହିଛନ୍ତି । କମ ବୟସର କ୍ରୀଡ଼ାବିତଙ୍କର ସଂଖ୍ୟା ବୃଦ୍ଧି ପାଇବା ଉଚିତ ବୋଲି ପ୍ରତିକ୍ରିୟା ରଖିଛନ୍ତି । ମହାନଦୀ ଜଳରାଶିରେ ଏହି କ୍ରୀଡା ପାଇଁ ଅନେକ ସମ୍ଭାବନା ରହିଛି । ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଏହି କ୍ରୀଡା ପାଇଁ ଅନେକ ପ୍ରୋତ୍ସାହନ ମିଳୁଥିବା ସଂଘ କର୍ମକର୍ତ୍ତା କହିଛନ୍ତି ।

ଆଗାମୀ ଭବିଷ୍ୟତରେ କଟକ ମହାନଦୀରେ ଏହି ଜଳକ୍ରୀଡ଼ା ଅନ୍ତର୍ଗତ ସମସ୍ତ ପ୍ରକାର କ୍ରୀଡା ପାଇଁ ଭରପୁର ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଜଳ କ୍ରୀଡା ସମ୍ପର୍କିତ ତାଲିମ ଓ ପ୍ରତିଯୋଗିତା ପାଇଁ ମହାନଦୀ ଜଳରାଶି ଏକ ପ୍ରକୃଷ୍ଟ କ୍ଷେତ୍ର । ଧୀରେ ଧୀରେ ଏହି ଦିଗରେ ଆଗକୁ ବଢ଼ିବା ପାଇଁ ସଜବାଜ ହେଉଛନ୍ତି ସରକାର । ଯାହା ଏକ ଶୁଭ ସଙ୍କେତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.