ରୋଗୀ ହୋଇ ଡାକ୍ତରଖାନା ଗଲେ, ସବୁ ଦେଖି ଆକ୍ସନ ନେଲେ ଏହି ମହିଳା ଏସଡିଏମ୍

ଅଭିଯୋଗର ତୁରନ୍ତ ଆକ୍ସନ୍। ସଧା ସ୍ପଟ୍ ଉପରେ ପହଁଚିଲେ ଆଉ ନିଜ ଆଖିରେ ସବୁ ଦେଖିଲେ । ନା ସାଙ୍ଗରେ କେହି ସୁରକ୍ଷା କର୍ମୀ ଥିଲେ ନା ଅନ୍ୟ କୌଣସି ଅଫିସର ଯାଇ ଥିଲେ । ଖୋଦ୍ ଏକା ଯାଇ ତଦନ୍ତ କଲେ ଏହି ମହିଳା ଏସଡିଏମ୍ ଜଣଙ୍କ ।

ଫିରୋଜାବାଦ୍: ଅଭିଯୋଗର ତୁରନ୍ତ ଆକ୍ସନ୍। ସଧା ସ୍ପଟ୍ ଉପରେ ପହଁଚିଲେ ଆଉ ନିଜ ଆଖିରେ ସବୁ ଦେଖିଲେ । ନା ସାଙ୍ଗରେ କେହି ସୁରକ୍ଷା କର୍ମୀ ଥିଲେ ନା ଅନ୍ୟ କୌଣସି ଅଫିସର ଯାଇ ଥିଲେ । ଖୋଦ୍ ଏକା ଯାଇ ତଦନ୍ତ କଲେ ଏହି ମହିଳା ଏସଡିଏମ୍ ଜଣଙ୍କ ।  ଓଢ଼ଣୀରେ ମୁହଁ ଘୋଡ଼ାଇ ପହଞ୍ଚିଗଲେ ସରକାରୀ ଡାକ୍ତରଖାନାରେ । ଆଉ ସେଠାରେ ସାଧାରଣ ଲୋକ କିଭଳି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ନିଜେ ଜଣେ ରୋଗୀ ଭାବେ ଯାଇ ତଦାରଖ   କଲେ ।

ଉତ୍ତର ପ୍ରଦେଶ ଫିରୋଜାବାଦର ଏକ ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି । ଫିରୋଜାବାଦର ଏକ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ ସବଡିଭିଜନାଲ ଜୁଡିଆସିଆଲ ମାଜିଷ୍ଟ୍ରେଟ କୃତି ରାଜ୍ । ସେଠାରେ ଠିକ୍ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ ନଥିବାର ସମ୍ପର୍କରେ ସୂଚନା ପାଇଥିଲେ । ତେଣୁ ଜଣେ ସାଧାରଣ ରୋଗୀ ଭାବେ ଆସି ଧାଡ଼ିରେ ଠିଆ ହୋଇ ପ୍ରଥମେ ଟିକେଟ୍ କରିଥିଲେ । ତାପରେ ଡାକ୍ତରଙ୍କୁ ଦେଖାଇ ଥିଲେ । ତେବେ ମୁହଁରେ ଓଢ଼ଣୀ ଥିବା ଯୋଗୁଁ ତାଙ୍କୁ କେହି ଚିହ୍ନି ପାରିନଥିଲେ ।

ପରେ ଓଢ଼ଣୀ କାଢ଼ିବାରୁ ଯେତେବେଳେ ଡାକ୍ତରଖାନା କର୍ମଚାରୀମାନେ ଏସଡିଏମଙ୍କୁ ଚିହ୍ନି ପାରିଲେ ସେତେବେଳ ପୂରା ହଇଚଇ ହୋଇଗଲା । ଯାଞ୍ଚ ବେଳେ ଅନେକ ଅନିୟମିତତା କଥା ପଦାକୁ ଆସିଲା । ଯେମିତିକି ଷ୍ଟୋରରେ ଏକ୍ସପାୟରୀ ମେଡିସିନ ରହିଥିବା ସେ ଦେଖିବାକୁ ପାଇଥିଲେ । ପୁଣି ଲୋକଙ୍କୁ ଠିଆ କରି ଇଞ୍ଜେକସନ ଦିଆଯାଉଥିଲା, ରୋଗୀଙ୍କ ପାଇଁ ଥିବା ବେଡ ଗୁଡ଼ିକରେ ଏକ ମୋଟା ପରସ୍ତର ଧୂଳି ଜମିଥିଲା ।

ତେବେ ଏ ସମ୍ପର୍କରେ ସେ କହିଛନ୍ତି, ସେ ଅଜ୍ଞାତରେ ଏକ ଓଢଣୀ ମୁହଁରେ ପକାଇ ଯାଇଥିଲେ । ଏହି ପ୍ରକ୍ରିୟା ସେ ଯାହା ଜାଣିଲେ କି ଡାକ୍ତରଙ୍କ ଆଚରଣ ବି ରୋଗୀଙ୍କ ପ୍ରତି ଠିକ୍ ନଥିଲା । ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉପସ୍ଥିତିକୁ ନେଇ ଏସଡିଏମ କହିଛନ୍ତି, ଯେତେବେଳେ ସେ ସେମାନଙ୍କ ଉପସ୍ଥାନ ରେଜିଷ୍ଟର ଯାଞ୍ଚ କରିଥିଲେ ତ ସେତେବେଳେ ଦେଖିଥିଲେ ଯେ ସେମାନଙ୍କ ମଧ୍ୟରୁ କେତେକ ଅନୁପସ୍ଥିତ ଥିଲେ କିନ୍ତୁ ରେଜିଷ୍ଟରରେ ସେମାନଙ୍କ ଦସ୍ତଖତ ଥିଲା । ତେବେ ଏସବୁ ଅବ୍ୟବସ୍ଥା ଦେଖିବା ପରେ ଏସଡିଏମ୍ କୃତି ରାଜ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.