ଦିଲ୍ଲୀରେ ନକଲି କ୍ୟାନସର ଔଷଧ ବିକ୍ରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍‌, ୭ ଗିରଫ

ଦିଲ୍ଲୀରେ କ୍ୟାନ୍ସର ରୋଗୀଙ୍କୁ କେମିଓଥେରାପୀ ନାମରେ ନକଲି ଔଷଧ ବିକ୍ରି କରୁଥିବା ମାମଲାରେ ୭ ଜଣ ଗିରଫ । ଏମାନଙ୍କ ମଧ୍ୟରେ ଦିଲ୍ଲୀର ଜଣାଶୁଣା କ୍ୟାନସର ହସପିଟାଲର ୨ ଜଣ କର୍ମଚାରୀ ରହିଛନ୍ତି । ସମସ୍ତ ଅଭିଯୁକ୍ତ ୧.୯୬ ଲକ୍ଷ ଟଙ୍କାର ଇଂଜେକ୍ସନ ଏବଂ ଔଷଧ ବିକ୍ରି କରୁଥିଲେ ।

ଦିଲ୍ଲୀରେ କ୍ୟାନ୍ସର ରୋଗୀଙ୍କୁ କେମିଓଥେରାପୀ ନାମରେ ନକଲି ଔଷଧ ବିକ୍ରି କରୁଥିବା ମାମଲାରେ ୭ ଜଣ ଗିରଫ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ନକଲି ଡ୍ରଗ ବିକ୍ରି କରୁଥିବା ଗ୍ୟାଙ୍ଗକୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଦିଲ୍ଲୀର ଜଣାଶୁଣା କ୍ୟାନସର ହସପିଟାଲର ୨ ଜଣ କର୍ମଚାରୀ ରହିଛନ୍ତି । ସମସ୍ତ ଅଭିଯୁକ୍ତ ୧.୯୬ ଲକ୍ଷ ଟଙ୍କାର ଇଂଜେକ୍ସନ ଏବଂ ଔଷଧ ବିକ୍ରି କରୁଥିଲେ । ଏହି ନକଲି ଔଷଧକୁ କେବଳ ଭାରତରେ ତୁହେଁ ବରଂ ଚୀନ ଏବଂ ଆମେରିକା ଭଳି ଦେଶକୁ ସପ୍ଲାଇ କରୁଥିଲେ ।

କ୍ରାଇମବ୍ରାଞ୍ଚ ଅଧିକାରୀ ୮୯ ଲକ୍ଷ ଟଙ୍କା ନଗଦ, ୧୮ ହଜାର ଟଙ୍କାର ଡଲାର ଏବଂ ୪ କୋଟି ଟଙ୍କାର ୭ଟି ଅନ୍ତରାଷ୍ଟ୍ରୀୟ ଏବଂ ୨ଟି ଭାରତୀୟ ବ୍ରାଣ୍ଡର ନକଲି କ୍ୟାନସର ଔଷଧ ଜବତ କରିଛନ୍ତି । ପୋଲିସ ଟିମ୍‌ ଦିଲ୍ଲୀ-ଏନସିଆର ୭ରୁ ୮ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ସମୟରେ ଡିଏଲଏଫ କ୍ୟାପିଟାଲ ଗ୍ରୀନ୍ସ, ମୋତି ନଗରରେ ଦୁଇଟି ଫ୍ଲାଟ୍‌ରେ ନକଲି ଔଷଧ ଗ୍ୟାଙ୍ଗକୁ ଧରିଛି ।

ପୋଲିସ କହିଛି କି, ବିଫିଲ ଜୈନ ନାମକ ଜଣେ ଅଭିଯୁକ୍ତ ଔଷଧ ଏବଂ ଇଂଜେକ୍ସନ ଦେବା ପାଇଁ ୟୁନିଟ ଖୋଲିଥିଲେ । ଏହି ସ୍ଥାନରେ ନକଲି କ୍ୟାନସର ଔଷଧକୁ ବୋତଲରେ ରିଫିଲିଂ ଏବଂ ପ୍ୟାକେଜିଂ କାମ କରାଯାଉଥିଲା । ପୋଲିସ ଉକ୍ତ ସ୍ଥାନରେ ୩ଟି କ୍ୟାପ୍‌ ସିଲିଂ ମେସିନ, ୧ଟି ହିଟ୍‌ ଗନ ମେସିନ ଏବଂ ୧୯୭ଟି ଖାଲି ଶିଶି ଜବତ କରାଯାଇଛି । ପୋଲିସ ନକଲି କ୍ୟାନସର ଇଂଜେକ୍ସନର ୧୩୭ ବୋତଲ, ୫୧୯ ଖାଲି ବୋତଲ ଏବଂ ୮୬୪ ପ୍ୟାକେଜିଂ ବକ୍ସ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.