ସୋନୁ ସୁଦଙ୍କ ନାମରେ ଖୋଲିଲେ ୱେଲଡିଙ୍ଗ ଦୋକାନ, ଚର୍ଚ୍ଚାରେ ରାଜନଗରର ଯୁବକ

ବଲିଉଡ ଅଭିନେତା ସୋନୁ ସୁଦ ଏବେ ବହୁତ ଚର୍ଚ୍ଚାରେ କାହିଁକି ତାହା ବୋଧହୁଏ ଆପଣଙ୍କୁ କହିବାକୁ ପଡ଼ିବନି । ଛୋଟ ଠୁ ବଡ ଯାହାଙ୍କୁ ବି ଆପଣ ରିୟଲ ହିରୋ ବିଷୟରେ ପଚାରିବେ ତାହେଲେ ସମସ୍ତେ ସୋନୁ ସୁଦଙ୍କ ନା ହିଁ କହିବେ । ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇ ଥିବାରୁ ଶ୍ରମିକ ମାନେ ସୋନୁ ସୁଦଙ୍କୁ ଶ୍ରମିକଙ୍କ ଭଗବାନ ବୋଲି କହିଥିଲେ । ତେବେ ଏହା ମଧ୍ୟରେ ସାମ୍ନାକୁ ଏକ ଏପରି ଘଟଣା ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୋନୁ ସୁଦ ଏମିତି କାମ କରିଛନ୍ତି ଯେ ବର୍ତ୍ତମାନ ସମସ୍ତଙ୍କ ଆଖିରେ ସେ ଭଗବାନ ପାଲଟି ଯାଇଛନ୍ତି । ଏମିତିକି ଲୋକେ ତାଙ୍କ ନାମରେ ଦୋକାନ ଖୋଲିବା ବି ଆରମ୍ଭ କରିଦେଲେଣି । ଆଜ୍ଞା ହଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ହାତିନା ଠାରେ ସୋନୁସୁଦଙ୍କ ନାମରେ ୱେଲଡିଙ୍ଗ ଦୋକାନ ଖୋଲି ଚର୍ଚ୍ଚାରେ ଯୁବକ ।

ଲକଡାଉନ ପାଇଁ କେରଳରେ ରାଜନଗର ଏବଂ ପଟ୍ଟାମୁଣ୍ଡାଇର ଶତାଧିକ ଯୁବକ ଯୁବତୀ ଫସି ରହିଥିଲେ । ସରକାରଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ସୁଦ୍ଧା ଓଡିଶା ଫେରିବା ପାଇଁ କେହି କର୍ଣ୍ଣପାତ କରିନଥିଲେ । ଶେଷରେ ଯୁବକ ଯୁବତୀମାନେ ବଲିଉଡ୍ ଅଭିନେତା ସୋନୁସୁଦ୍ ଙ୍କୁ ଗୁହାରି କରିବା ପରେ ସୋନୁ ସୁଦ୍ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୧୫୦ ରୁ ଉର୍ଦ୍ଧ ଶ୍ରମିକଙ୍କୁ ଓଡିଶା ପଠାଇଥିଲେ । ଏହି କାରଣରୁ ସୋନୁ ସୁଦ ଚର୍ଚ୍ଚାକୁ ଆସିଥିଲେ କିନ୍ତୁ ବର୍ତ୍ତମାନ ଅଭିନେତା ସୋନୁ ସୁଦଙ୍କ ନାମରେ ରାଜନଗର ବ୍ଲକ ଅନ୍ତର୍ଗତ ଚିଂଚିରି ଗାଁ ର ପ୍ରଶାନ୍ତ ପ୍ରଧାନ ଏକ ୱେଲଡିଙ୍ଗ ଦୋକାନ ଖୋଲଛନ୍ତି । ଏହା ପରେ ଅଭିନେତା ସୋନୁ ସୁଦ୍ ଟଇୁଟି କରି ଶୁଭେଛା ଜଣାଇବା ସହ ଓଡିଶା ଆସିଲେ ଏହି ଦୋକାନକୁ ଆସିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.