ଗଜପତି : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ବୋହି ନେଲେ ଲୋକ

ଗଜପତି : କିଏ ସାର୍ଟରେ ବୋହି ନେଉଛି ତ ଆଉ କିଏ ବୋହି ନେଉଛି ଗାମୁଛାରେ । ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ତେଲ ବୋହି ନେବାକୁ ଲୋକଙ୍କ ଭିଡ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡା ମାର୍ଲଭା ଘାଟିରେ । ଆଜି ଦୁର୍ଘଟଣା ହୋଇଥିବା ହୋଇଥିବା ଏକ ଟ୍ୟାଙ୍କରରୁ ଡିଜେଲ୍ ନିର୍ଗତ ହୋଇଥିଲା । ଯାହାକୁ ସଂଗ୍ରହ କରିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । ଏହି ତେଲକୁ ନେବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥିଲେ ସ୍ଥାନୀୟ ଲୋକ । ଅନ୍ୟପଟେ ଅଗ୍ନିଶମ ବାହିନି ଦୁର୍ଘଟଣା ପରେ ଅଗ୍ନି ସଂଯୋଗ କାଳେ ହେଇଯିବ ଭୟରେ ବାରମ୍ବାର ପାଣି ମାରୁଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.