Below header

ଆଜିଠୁ OJEE ପରୀକ୍ଷା: ଚଳିତ ବର୍ଷ ୫୫ହଜାର ୯୭୯ ଛାତ୍ରଛାତ୍ରୀ ଦେଉଛନ୍ତି ଏଗଜାମ୍

ଆଜିଠୁ OJEE ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ରାଜ୍ୟରେ ମୋଟ ୩୩ଟି ସହରରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫୫ହଜାର ୯୭୯ ଛାତ୍ରଛାତ୍ରୀ। ମେ ୮, ୯, ୧୧ ଓ ୧୨ ତାରିଖରେ ୩ଟି ସିଫ୍ଟ ଓ ୧୫ ତାରିଖରେ ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ OJEE ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ରାଜ୍ୟରେ ମୋଟ ୩୩ଟି ସହରରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫୫ହଜାର ୯୭୯ ଛାତ୍ରଛାତ୍ରୀ। ମେ ୮, ୯, ୧୧ ଓ ୧୨ ତାରିଖରେ ୩ଟି ସିଫ୍ଟ ଓ ୧୫ ତାରିଖରେ ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବ।

ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା ଓ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ନ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢେ ୪ଟାରୁ ସନ୍ଧ୍ୟା ସେଢେ ୬ଟା ପର୍ଯ୍ୟନ୍ତ ଚାଲିବ। ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ OJEE।

ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶକ୍ଷାନୁଷ୍ଠାନର MBA, MCA, MSC, MTECH, ଓ ଏମ୍‌ ପ୍ଲାନ୍‌ ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.