Below header

କେରଳ ବୋଟ୍‌ ଟ୍ରାଜେଡିରେ ବଢୁଛି ମୃତ୍ୟୁସଂଖ୍ୟା: ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କର ଗଲାଣି ଜୀବନ

ଖରାଛୁଟିରେ ହାଉସ୍‌ ବୋଟରେ ମଜା ନେବାକୁ ଆସିଥିଲେ ପର୍ଯ୍ୟଟକ । ଏତିକିବେଳେ ଡଙ୍ଗାଟି ଓଲଟି ପଡିଥିଲା । ରାତି ସମୟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ତଥାପି ଘନ ଅନ୍ଧାରରେ ଚାଲିଥିଲା ରେସକ୍ୟୁ ଅପରେସନ୍‌ । ଦର୍ଶକବନ୍ଧୁ କେରଳରେ ଘଟିଥିବା ଏହି ବୋଟ୍‌ ଟ୍ରାଜେଡିରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଡଙ୍ଗା ବୁଡ଼ି ୨୧ ଜଣଙ୍କର ଜୀବନ ଗଲାଣି ।

କେରଳ : କେରଳ ବୋଟ୍‌ ଟ୍ରାଜେଡିରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଡଙ୍ଗା ବୁଡ଼ି ୨୧ ଜଣଙ୍କର ଜୀବନ ଗଲାଣି । ମୃତକଙ୍କ ଭିତରେ ଅନେକ ଶିଶୁ ଅଛନ୍ତି । ଅନେକ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ୍‌ । ଗତକାଲି ସନ୍ଧ୍ୟାରେ ମଲ୍ଲାପୁରମ ଜିଲ୍ଲାର ତନୁର ସ୍ଥିତ ତୁଭାଲଥିରମ ବିଚରେ ଯାତ୍ରୀବାହୀ ଡଙ୍ଗା ଓଲଟି ପଡିଥିଲା ।

ଖରାଛୁଟିରେ ହାଉସ୍‌ ବୋଟରେ ମଜା ନେବାକୁ ଆସିଥିଲେ ପର୍ଯ୍ୟଟକ । ଏତିକିବେଳେ ଡଙ୍ଗାଟି ଓଲଟି ପଡିଥିଲା । ରାତି ସମୟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ତଥାପି ଘନ ଅନ୍ଧାରରେ ଚାଲିଥିଲା ରେସକ୍ୟୁ ଅପରେସନ୍‌ ।

ପାଣିରୁ ଯେଉଁମାନଙ୍କୁ ଉଦ୍ଧାର କରାଯାଇଛି ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା କୁହାଯାଉଛି । ଆଗକୁ ମୃତ୍ୟୁ ସଂଖ୍ୟା ଅଧିକ ବଢ଼ିବା ଆଶଙ୍କା ରହିଛି । କେମିତି ଓ କେଉଁ ପରିସ୍ଥିତିରେ ଡଙ୍ଗା ଓଲଟିଲା କାରଣ ଜଣା ପଡିନି ।

କୁହାଯାଉଛି କ୍ଷମତାଠାରୁ ଅଧିକ ଲୋକ ହାଉସବୋଟରେ ଯାଉଥିବାରୁ ଏହା ଓଲଟି ପଡ଼ିଥିଲା । ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଆଜି ଦୁର୍ଘଟଣାସ୍ଥଳ ଯିବେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.