ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଶୋଇଥିବାବେଳେ ଘରେ ପଶି ଦଳିଦେଲା

କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ବାଟେ ସାହିରେ ମାତିଲା ଗୋଠଛଡା ଦନ୍ତା । ଶୋଇଥିବାବେଳେ ଘରେ ପଶି ଦଳିଦେଲା ଦନ୍ତା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ ।

କରଞ୍ଜିଆ (କେନ୍ୟୁଜ): ଓଡିଶା ଏବଂ ଝାଡ଼ଖଣ୍ଡ ବଡ଼ରରେ ଥିବା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ବାଟେ ସାହିରେ ମାତିଲା ଗୋଠଛଡା ଦନ୍ତା । ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଘଟଣାସ୍ଥଳରେବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ଘର ଭିତରେ ଶୋଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବୃଦ୍ଧ । ଅଳ୍ପକେ ବର୍ତ୍ତିଯାଇଛନ୍ତି ବୃଦ୍ଧଙ୍କ ସ୍ତ୍ରୀ । ଘଟଣା ସ୍ଥଳରେ ବନ ବିଭାଗର ତଦନ୍ତ ଆରମ୍ଭ ହୋଇଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ରୁଟିଆ ହେମ୍ୱ୍ରମ୍ । ତେବେ ଅନେକ ସମୟରେ ଦନ୍ତା ହାତୀ ଘରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିବାର ସୂଚନା ମିଳିଛି । ଏନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.