ହିତାଧିକାରୀଙ୍କ ଦୁରବସ୍ଥା: ଭତ୍ତା ପାଇଁ ଦିବ୍ଯାଙ୍ଗ ସ୍ବାମୀଙ୍କୁ ହ୍ବିଇଲ୍ ଚେୟାରରେ ବସାଇ ୧୭କିମି ଚାଲି ଚାଲି ଆସିଲେ ମହିଳା

କେନ୍ଦୁଝର: ହିତାଧିକାରୀଙ୍କ ଦୁରବସ୍ଥା। ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିବ୍ଯାଙ୍ଗ ଭତ୍ତା ପାଇଁ ଦୀର୍ଘ ୧୭କିଲୋମିଟର ସ୍ବାମୀଙ୍କୁ ଏକ ହ୍ବିଲ୍ ଚେୟାରରେ ବ୍ଲକ୍ କାର୍ଯ୍ୟାଳୟକୁ ଠେଲି ଠେଲି ଆଣିଛନ୍ତି ପତ୍ନୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ରତ୍ନଗର୍ଭା ଚମ୍ପୁଆ ବ୍ଲକରେ ।

ସୂଚନା ଅନୁଯାୟୀ,ବଡନଈ ଗାଁର ଡୁଲୁଙ୍ଗ ଚାତମ୍ବାଙ୍କର ଗୋଟିଏ ଗୋଡ ଓ ହାତ ଅଚଳ ହୋଇଯାଇଛି। ଯାହାଫଳରେ ଅନେକ ଦୁଃଖକଷ୍ଟରେ ତାଙ୍କ ଜୀବନ ବିତୁଛି । ତେଶୁ ବାଧ୍ଯକ୍ୟ ଓ ଦିବ୍ଯାଙ୍ଗ ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରି ବିଫଳ ହେବାରୁ ଆଜି ତାଙ୍କ ସ୍ତ୍ରୀ ବଡନଈରୁ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଯାଏ ଦୀର୍ଘ ୧୭ କିଲୋମିଟର ଦୂର ଏକ ହ୍ବିଲ୍ ଚେୟାରରେ ସ୍ବାମୀଙ୍କୁ ଠେଲି ଠେଲି ଆଣିଥିଲେ । ଦୀର୍ଘ ୫ଘଣ୍ଟା ଚାଲି ଚାଲି ହ୍ବିଲ୍ ଚେୟାରରେ ଆସି ସ୍ବାମୀ-ସ୍ତ୍ରୀ ଦୁହେଁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକଳାଙ୍ଗ ଭତ୍ତା ପାଇଁ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.