ବିଶ୍ୱ ଟୁର୍ ଫାଇନାଲରେ ଏବେ ପ୍ରବେଶ କରିପାରିବେନି ପିଭି ସିନ୍ଧୁ, କରୋନା ପାଇଁ ନିୟମ ବଦଳାଇଦେଲା BWF

ଷ୍ଟାର୍ ସଟଲର ପିଭି ସିନ୍ଧୁ ବିଶ୍ୱ ଟୁର୍ ଫାଇନାଲରେ ସିଧାସଳଖ ପ୍ରବେଶ କରିବେ ନାହିଁ । ସିଜିନ ଶେଷରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ବର୍ତ୍ତମାନର ବିଶ୍ୱ ଚାମ୍ପିଅନକୁ ସ୍ୱୟଂଚାଳିତ ପ୍ରବେଶ ନକରିବାକୁ ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଫେଡେରେସନ୍ (BWF) ନିଷ୍ପତ୍ତି ନେଇଛି । BWF ନିୟମ ଅନୁଯାୟୀ, ବିଶ୍ୱ ଚାମ୍ପିଅନକୁ ପ୍ରତିଷ୍ଠିତ ବିଶ୍ୱ ଟୁର୍ ଫାଇନାଲରେ ସିଧାସଳଖ ପ୍ରବେଶ ମିଳିଆସିଛି । କୋଭିଡ -19 କାରଣରୁ ଆନ୍ତର୍ଜାତୀୟ କ୍ୟାଲେଣ୍ଡରରେ ବ୍ୟବଧାନ ପଡିଥିବା ଯୋଗୁଁ ବିଶ୍ୱ ସଂସ୍ଥା ଚଳିତ ବର୍ଷ ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଗତ ବର୍ଷ ବିଶ୍ୱ ଚାମ୍ପିଅନସିପରେ ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଡେନମାର୍କ ଓପନ୍‌ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବିଶ୍ୱ ଟୁର୍ ଫାଇନାଲରେ ପ୍ରବେଶ କରିବାକୁ ହେଲେ ତାଙ୍କୁ ବର୍ତ୍ତମାନ ଏସୀୟ ପର୍ଯ୍ୟାୟ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।

PV Sindhu beats Okuhara to win World C'ships gold | Deccan Herald

ସିନ୍ଧୁଙ୍କ ପିତା ପିଭି ରମଣନା କହିଛନ୍ତି ଯେ, ‘ଡେନମାର୍କ ଓପନ୍‌ରୁ ଓହରି ଥୀବାଉ ଆମେ ଦୁଃଖିତ ନୁହେଁ । ବର୍ତ୍ତମାନ BWF ନୂତନ ମାନକ ସ୍ଥିର କରିସାରିଥିବାରୁ ସିନ୍ଧୁ ଏସୀୟ ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ । ସେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ସେ ଅତୀତରେ ୱାର୍ଲ୍ଡ ଟୁର୍ ଫାଇନାଲ୍ ଟାଇଟଲ୍ ଜିତି ସାରିଛନ୍ତି । ତେଣୁ ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଅଲ ଇଂଲଣ୍ଡ ଏବଂ ଅଲିମ୍ପିକ୍ସ। ‘

ଏହାପୂର୍ବରୁ ହେବ ଦୁଇଟି ଟୁର୍ନାମେଣ୍ଟ : 

ବିଶ୍ୱ ଟୁର୍ ଫାଇନାଲ୍ ଆସନ୍ତା ବର୍ଷ 27 ରୁ 31 ଜାନୁୟାରୀ ମଧ୍ୟରେ ବ୍ୟାଙ୍ଗକକରେ ହେବ । ଏହାପୂର୍ବରୁ 12 ରୁ 17 ଏବଂ 19 ରୁ 24 ଜାନୁଆରୀ ମଧ୍ୟରେ ଏଠାରେ ଦୁଇଟି ଏସିଆ ଓପନ୍ ହେବ । ବିଡବ୍ଲୁଏଫ୍ କହିଛି ଯେ ବିଶ୍ୱ ଟୁର୍ ଫାଇନାଲରେ ପ୍ରବେଶ କରିବା ପାଇଁ ଖେଳାଳିମାନଙ୍କୁ ଉଭୟ ୟୁରୋପୀୟ ଏବଂ ଏସିଆ ପର୍ଯ୍ୟାୟରେ ଅଂଶଗ୍ରହଣ କରିବାକୁ ପଡ଼ିବ ନାହିଁ । କିନ୍ତୁ ସିଜିନର ଶେଷ ଟୁର୍ନାମେଣ୍ଟରେ ନିଜର ସ୍ଥାନ ନିଶ୍ଚିତ କରିବାକୁ ସେମାନଙ୍କୁ ଉଭୟ ଏସିଆ ଓପନରେ ଭାଗ ନେବାକୁ ପଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.