ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ, ଆଜିଠୁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଜାରି

ଆଜିଠୁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା । ଆଗାମୀ ମେ ୩୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ସରିବା ଯାଏ ମତ୍ସ୍ୟ ବିଭାଗ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି ।

ପାରାଦୀପ (କେନ୍ୟୁଜ): ଆଜିଠୁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା । ଆଗାମୀ ମେ ୩୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ସରିବା ଯାଏ ମତ୍ସ୍ୟ ବିଭାଗ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ସମୁଦ୍ରରୁ ୨୦ କିଲୋମିଟର ମଧ୍ୟରେ ମାଛ ନ ମାରିବାକୁ କୁହାଯାଇଛି । ଧାମରା ନଦୀ ମୁହାଣ, ଦେବୀ ନଦୀ ମୁହାଣ ଓ ଋଷିକୁଲ୍ୟା ମୁହାଣ ସଂଲଗ୍ନ ଅଞ୍ଚଳରେ ମାଛ ମାରିବାକୁ ନିଷିଦ୍ଧ ଘୋଷଣା କରଯାଇଛି ।

କୁଜଙ୍ଗ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ଅଧୀନରେ ଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସାମୁଦ୍ରିକ ଅଞ୍ଚଳରେ ମାଛ ଧରିବାକୁ ମଧ୍ୟ ବାରଣ ହୋଇଛି । ଆଜିଠୁ ୭ମାସ ଯାଏ ସମୁଦ୍ର ଉପକୂଳରୁ ୨୦ କିଲୋମିଟର ଭିତରେ କୌଣସି ମତ୍ସ୍ୟଜୀବୀ ମାଛ ମାରିଲେ ଏହାକୁ ବେଆଇନ ବୋଲି ଧରାଯିବ । ତେବେ ପାରାଦୀପ ନେହରୁ ବଙ୍ଗଳା ସ୍ଥିତ ମହାନଦୀ ମୁହାଣ ଖୋଳାଯାଇନାହିଁ । ଏହାକୁ ନେଇ ମତ୍ସ୍ୟଜୀବମାନେ ଚିନ୍ତାରେ ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.