ମାସ ଆରମ୍ଭରୁ ବଢିଲା ଏଲପିଜି ସିଲିଣ୍ଡର ଦାମ୍‌, ବଢିଲା ୧୦୧.୫୦ ଟଙ୍କା

ବଢିଲା ଏଲପିଜି ସିଲିଣ୍ଡର ଦାମ୍‌ । କର୍ମସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୧୦୧.୫୦ ପଇସା ବୃଦ୍ଧି ପାଇଛି । ଏହି ଦର ଆଜିଠାରୁ ଲାଗୁ ହେବ ।

ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ବଢିଲା ଏଲପିଜି ସିଲିଣ୍ଡର ଦାମ୍‌ । କର୍ମସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୧୦୧.୫୦ ପଇସା ବୃଦ୍ଧି ପାଇଛି । ଏହି ଦର ଆଜିଠାରୁ ଲାଗୁ ହେବ । ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩୩ ଟଙ୍କା ହୋଇଛି । ଏହାପୂର୍ବରୁ ଅକ୍ଟୋବର ୧ ରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ହାର ୨୦୯ ଟଙ୍କା ବୃଦ୍ଧି ପାଇଥିଲା ।

କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ପାଇବା ପରେ ଦିଲ୍ଲୀରେ ସିଲିଣ୍ଡର ଦାମ୍‌ ୧୮୩୩ ଟଙ୍କା, କୋଲକତାରେ ୧୯୪୩ ଟଙ୍କା, ମୁମ୍ବାଇରେ ୧୭୮୫.୫୦ ଏବଂ ଚେନ୍ନାଇ ୧୯୯୯.୫୦ ଟଙ୍କା ହୋଇଛି ।

୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ୍‌ ବଢିଥିବା ବେଳେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜାତୀୟ ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କା ଥିବାବେଳେ କୋଲକାତାରେ ୧୪ କିଲୋଗ୍ରାମ ସିଲିଣ୍ଡର ୯୨୯ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ଏଲପିଜି ମୂଲ୍ୟ ୯୦୨.୫ ଟଙ୍କା ଥିବାବେଳେ ଚେନ୍ନାଇରେ ଘରୋଇ ଗ୍ୟାସ ସିଲିଣ୍ଡର ୯୧୮.୫ ଟଙ୍କାରେ ବିକ୍ରି ହେଉଛି ।

ଲଗାତାର ଦୁଇ ମାସ ଧରି କର୍ମସିଆଲ ଏଲପିଜି ସିଲିଣ୍ଡର ସେପ୍ଟେମ୍ବରରେ ଶସ୍ତା ହୋଇଯାଇଥିଲା । ଅଗଷ୍ଟ ମାସରେ କର୍ମସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.