ଦିନେ ଥିଲେ ବ୍ଲକ ଉପାଧ୍ଯକ୍ଷା, ଆଜି ପେଟ ପାଇଁ ଚରାଉଛନ୍ତି ଛେଳି
ସାଲେପୁର(କେନ୍ଯୁଜ୍): କ୍ଷମତା ପାଇଁ ଲଢେଇ। ଏଠି ସତରେ କଣ କାହାର ସେବା କରିବାର ମନବ୍ରୁତି ରହିଛି? ଏ ପ୍ରଶ୍ନର ଉତ୍ତର ତ ଆପଣଙ୍କ ପାଖରେ ନୀହାତି ଥିବ । ତେବେ ଆଜିକାଲି ଅନେକ ଜାଗାରେ ପ୍ରାର୍ଥୀ ହେବା ପାଇଁ ଅର୍ଥ କାରବାର ଖବର ଆପଣମାନେ ଦେଖୁଛନ୍ତି। ପ୍ରାର୍ଥୀ ହେଲା ପରେ ହାତ ଯୋଡି ଭୋଟ ଭିକ୍ଷା କରୁଛନ୍ତି ଆଉ ଜିତିଗଲା ପରେ ତାଙ୍କୁ ହାତ ଯୋଡି ସାହାଯ୍ଯ ଟିକେ ପାଇଁ ଗୁହାରୀ କରିବାକୁ ପଡୁଛି ଜନତାଙ୍କୁ।
ହେଲେ ଏମିତି ଜଣେ ମହିଳା ଅଛନ୍ତି ଯିଏ କ୍ଷମତାରେ ୫ବର୍ଷ ଥାଇ ମଧ୍ୟ ନିଜ ପାଇଁ କିଛି ବି କରିନାହାନ୍ତି। ସବୁବେଳେ ଲୋକମାନଙ୍କ ସେବା କରିଛନ୍ତି। କଟକ ଜିଲ୍ଲା ସାଲେପୁରର ତାରିତୋ ଗାଁର ମଞ୍ଜୁଲତା ସମାଲ। ଅଧା ଭଙ୍ଗା ଘର ଆଉ ଛେଳି ଗୁହାଳ ଗୋଟିଏ ଚାଳ ତଳେ। ସେ ଏଇଠି ରହୁଥିଲେ। ହେଲେ ଏବେ ଘରର ଅବସ୍ଥା ଏଭଳି ଯେ ସେ ଏହି ଘରେ ଆଉ ରହି ପାରୁନାହାନ୍ତି। ସ୍ୱାମୀ ପିଲାଙ୍କୁ ନେଇ ସେ ଏବେ ମୁଣ୍ଡ ଗୁଂଜିଛନ୍ତି ତାଙ୍କ ଶ୍ବଶୁରଙ୍କ ପୁରୁଣା ଘରେ। ରୁଗ୍ଣ ଶରୀର ନେଇ ସ୍ୱାମୀ ପ୍ରତିଦିନ ମୂଲ ମଜୁରି ଲାଗିବାକୁ ଯାଆନ୍ତି। ଆଉ ସେ ନିଜେ ନିତ୍ୟକର୍ମ ସାରିବା ପରେ ଛେଳି ଚରାଇବାକୁ ବାହାରି ପଡନ୍ତି। ଛେଳି ଚରାଇ ଯାହା କିଛି ଯୋଗାଡ଼ ହୁଏ ସେଇଥିରେ ଗୁଜୁରାଣ ମେଣ୍ଟେ। ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର । ଏପଟେ ଘର ଖଣ୍ଡେ ନାହିଁ ମୁଣ୍ଡ ଗୁଞ୍ଜିବାକୁ। ନିଜପାଇଁ କ୍ଷମତା ସମୟରେ କିଛି କରିପାରି ନାହାନ୍ତି ସେ ବରଂ ଯେଉଁ ସମାଜ ପାଇଁ ସେ ନିଃସ୍ବାର୍ଥପର ସେବା କରିଥିଲେ, ଆଜି ସେହି ସମାଜ ତାଙ୍କର ବିପଦ ସମୟରେ ତାଙ୍କୁ ଭୁଲି ଯାଇଛି।
ମଞ୍ଜୁଲତା ୨୦୦୭ରେ ସାଲେପୁର ବ୍ଲକରେ ଉପାଧ୍ଯକ୍ଷା ଭାବରେ ୫ବର୍ଷ ରହିଲେ। ସେତେବେଳେ ସେ ସାଲେପୁର ବ୍ଲକ ଅଧ୍ଯକ୍ଷା ତଥା ବର୍ତ୍ତମାନର କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ସହ କାମ କରିଥିଲେ। ଅନେକ ନେତା ମନ୍ତ୍ରୀ ସରକାରୀ ଅଧିକାରୀଙ୍କ ସହ ମିଟିଂ କରିଛନ୍ତି ସେ। କ୍ଷମତା ଥିବା ବେଳେ ଏହି ଚାଳ ଘର ଆଗରେ ପ୍ରତିଦିନ ସମିତି ମେମ୍ବରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଭିଡ଼ ଜମୁଥିଲା। ହେଲେ ଏବେ ସେ ସବୁ ସ୍ପ୍ନ। ଏବେ ଯେମିତି କେହି ଆଉ ତାଙ୍କୁ ଜଣନ୍ତିନି। ବେଳେ ବେଳେ ତାଙ୍କୁ ସଂକୋଚ ଲାଗେ। ନିଜ ସମସ୍ଯା ପାଇଁ ଆଖିରୁ ଲୁହ ଝରେ କିନ୍ତୁ ମୁହଁ ଖୋଲି କହି ପାରନ୍ତିନି। ଏଇ ସ୍ବାର୍ଥପର ଦୁନିଆରେ କିଏବା ତାଙ୍କ କଥା ଶୁଣିବ । ତଥାପି ସାହାଯ୍ଯ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଆଖ ପାଖ ପଡୋଶୀ ଆଉ ତାଙ୍କ ସ୍ୱାମୀ।
ଆଖିରୁ ଲୁହ ଗଡାନ୍ତି। ଅଭିମାନ କରନ୍ତି । ଅବଶୋଷ ବି କରନ୍ତି। ହେଲେ ଏଠି ସଚ୍ଚଟ ମଣିଷକୁ ସବୁବେଳେ ମିଳେ ଦୁଃଖ । ଅନ୍ଯମାନଙ୍କ ପାଇଁ ବହୁତ କିଛି କରିଥିବା ଏଇ ମହିଳା ଆଜି ନିଃଶ୍ଵ । ତେବେ ଏହି ଖବର ପ୍ରସାରଣ ହେବା ପରେ, କ୍ଷମତାରେ ଥିବା ସ୍ଥାନୀୟ ମାନ୍ଯଗନ୍ଯ ବ୍ଯକ୍ତି କି ପଦକ୍ଷପ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।