Below header

ରୁଚି ମସଲା କିଣି ମାରୁତି ବାଲେନୋ କାର ପାଇଲେ ଗ୍ରାହକ, ୨ ଜଣ ପାଇଲେ ଆକ୍ଟିଭା ସ୍କୁଟି

ବର୍ତ୍ତମାନ ୧୨ଟି ରାଜ୍ୟରେ ବିକ୍ରୀ ହେଉଛି ରୁଚି ମସଲା । ୪୭ ବର୍ଷରେ ପଦାର୍ପଣ କରିଥିବା ରୁଚି ଆଜି ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫରରେ ୨୯ ଜଣ ବ୍ୟକ୍ତିଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଛି ।

ଭୁବନେଶ୍ବର(କେନ୍ୟୁଜ୍): ସାରା ଦେଶରେ ପହଞ୍ଚିବ ରୁଚି । ବର୍ତ୍ତମାନ ୧୨ଟି ରାଜ୍ୟରେ ବିକ୍ରୀ ହେଉଛି ରୁଚି ମସଲା । ୪୭ ବର୍ଷରେ ପଦାର୍ପଣ କରିଥିବା ରୁଚି ଆଜି ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫରରେ ୨୯ ଜଣ ବ୍ୟକ୍ତିଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଛି । କୁଜଙ୍ଗର ବିଜୟ ଦାସ ଓ ବଡଚଣା ବ୍ଲକର ବାଉଁଶପୁଟ ଗାଁର ମନୋଜ ସାହୁ ପାଇଛନ୍ତି ମାରୁତି ବାଲେନୋ କାର । ଏଥିସହ ୨ ଜଣ ଗ୍ରାହକଙ୍କୁ ଆକ୍ଟିଭା ସ୍କୁଟି ଏବଂ ୫ ଜଣଙ୍କୁ ଏଲଇଡି ଟିଭି ପୁରସ୍କାର ପ୍ରଦାନ କରାଯାଇଛି ।

ଗତବର୍ଷ ଜୁଲାଇରୁ ଚଳିତ ଫେବ୍ରୁଆରୀ ମଧ୍ୟରେ ରୁଚି କରି ପାଉଡର, ଚିକେନ ମସଲା, ମିଟ ମସଲା, ଗରମ ମସଲା, ଫିସ ମସଲା, ଆଳୁଦମ୍‌ ମସଲା, ଚାଟ ମସଲା ଉପରେ ଫେଷ୍ଟିଭାଲ ବୋନାଞ୍ଜା ଅଫର ଜରିଆରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମାଜ ସମ୍ବାଦପତ୍ରର ସମ୍ପାଦକ ନିରଞ୍ଜନ ରଥ ଓ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଉପସ୍ଥିତ ରହି ଗ୍ରାହକମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.