ଜଳନ୍ତା ଚୁଲି ଉପରେ ବାବା ବସି ଦେଲେ ଆଶୀର୍ବାଦ, ଭିଡିଓ ଭାଇରାଲ

ଭାରତ ଏପରି ଏକ ଦେଶ ଯେଉଁଠି ବହୁ ଅଦ୍ଭୁତ ଘଟଣାମାନ ଦେଖିବାକୁ ମିଳିଥାଏ । ବିଶେଷକରି ବାବାମାନଙ୍କର ଅଲୌକିକ କାର୍ଯ୍ୟ ଅନେକ ସମୟରେ ଜନସାଧାରଙ୍କୁ ବିସ୍ମିତ କରିଥାଏ । କେଉଁଠି ପାଣି ଉପରେ ବାବା ପଦ୍ମାସନ କରି ବସିବାର ଦେଖାଯାଏ ତ କେଉଁଠି ବିନା ଖାଦ୍ୟରେ ମାସ ମାସ ଧରି ବାବା ରହିଥିବାର ଦେଖାଯାଏ ।

ନୂଆଦିଲ୍ଲୀ : ଭାରତ ଏପରି ଏକ ଦେଶ ଯେଉଁଠି ବହୁ ଅଦ୍ଭୁତ ଘଟଣାମାନ ଦେଖିବାକୁ ମିଳିଥାଏ । ବିଶେଷକରି ବାବାମାନଙ୍କର ଅଲୌକିକ କାର୍ଯ୍ୟ ଅନେକ ସମୟରେ ଜନସାଧାରଙ୍କୁ ବିସ୍ମିତ କରିଥାଏ । କେଉଁଠି ପାଣି ଉପରେ ବାବା ପଦ୍ମାସନ କରି ବସିବାର ଦେଖାଯାଏ ତ କେଉଁଠି ବିନା ଖାଦ୍ୟରେ ମାସ ମାସ ଧରି ବାବା ରହିଥିବାର ଦେଖାଯାଏ ।

ଏବେ ଏପରି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଆକୋଲା ଜିଲ୍ଳାରେ । ଏଠାରେ ଜଣେ ବାବା ଜଳନ୍ତା ଚୁଲି ଉପରେ ବସିଥିବାର ଦେଖିବାକୁ ମିଳିଛନ୍ତି । ବାବା ଧୋତି ପିନ୍ଧିଥିବା ବେଳେ କାନ୍ଧରେ ଏକ ଧଳା ଚାଦର ପକାଇଛନ୍ତି ।

ବାବା ଜଣକ ଏକ ଲୁହାର ପ୍ଲେଟ ଉପରେ ବସି ବିଡି ପିଉଥିବା ବେଳେ ତଳେ ନିଆଁ ଜଳୁଥିବାର ଦେଖିବାକୁ ମିଳିଛି । ହେଲେ ବାବା ବେଫିକର ଭାବେ ଉକ୍ତ ତାତିଲା ଲୁହା ଉପରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି ।

ଏହି ଭିଡିଓଟିକୁ ଲିବେରାଲ୍‌ ଇଣ୍ଡିଆ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓଟିକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ଦୁଇ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି । ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.