ଗାଡ଼ି ଧକ୍କାରେ ଜଣେ ମୃତ,ଦୁଇ ଗୁରୁତର

କରଞ୍ଜିଆ(କେନ୍ୟୁଜ୍‌) : ଆଜି ଅପରାହ୍ନରେ ତାଟୋ ନିକଟରେ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁଯାୟୀ, ଆଜି ଅପରାହ୍ଟ ସମୟରେ ହାତୀ ବାରିରୁ ଫେରୁଥିବା ସମୟରେ ତାଟୋ ନିକଟରେ ଦେଓ ପ୍ରକଳ୍ପର ନିର୍ବାହୀଯନ୍ତ୍ରୀ ଇଂ ଅନୀଲ କୁମାର ପାଣିଗ୍ରାହୀଙ୍କ ଗାଡି ସହ ଜଣେ ବାଇକ୍‌ ଆରୋହୀଙ୍କ ଧକ୍କା ହୋଇଥିଲା । ଏଥିରେ ବାଇକ୍‌ ଆରୋହୀଙ୍କ ଘଟଣା ସ୍ଥାନରେ ମୃତ୍ୟୁ ଘଟିଛି । ସାଥିରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି ।

ସେହି ରାସ୍ତା ଦେଇ ଯାଉଥିବା ସମୟରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ମାନବିକତା ଦେଖାଇ ନିଜ ଗାଡ଼ିରେ ଗୁରୁତରଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏବେ ଦୁଇଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି । ମୃତକ ଏବଂ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟ ପଟେ ଖବର ଲେଖାହେବା ପର୍ଯ୍ୟନ୍ତ ମୃତ ଯୁବକ ଦୁର୍ଘଟଣା ସ୍ଥାନରେ ପଡି ରହିଛନ୍ତି । କରଞ୍ଜିଆ ପୋଲିସ ଦୁର୍ଘଟଣା ସ୍ଥାନରେ ପହଁଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.