ଗଜପତି: ଅଡ଼ବାରେ ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ମୋହାନା(କେନ୍ୟୁଜ୍):   ଟ୍ରକ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର।  ଗଜପତି ଜ଼ିଲ୍ଲା ଅଡବା ଥାନା ନଳାଘାଟ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଗଜପତି ଶିଆଳିଲଟିର ସଞ୍ଜୀବ ଶବର  ହୋଇଥିବା ବେଳେ ଆହତ ଜଣକ ସେହି ଗ୍ରାମର ମିଖାଏଲ ଶବର ।

ସଞ୍ଜୀବ ଏବଂ ମିଖାଏଲ ନିଜ ମାମୁଁ ଘର ଖାରୀଗୁଡାରୁ ବାଇକ ଯୋଗେ ଫେରୁଥିବା ବେଳେ ନଳାଘାଟ ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ସଞ୍ଜୀବଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ମିଖାଏଲକୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ଅଡବା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.