Below header

ଗଞ୍ଜାମ: ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମୃତ, ଡ୍ରାଇଭର ଗିରଫ

ଗଞ୍ଜାମ (କେ ନ୍ୟୁଜ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡାମାରି ଫରେଷ୍ଟ ବିଭାଗ ତନଖି ଫାଟକ ନିକଟ ମୁଖ୍ୟ ରାସ୍ତାରେ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହରି ପଶୁପାଳକ । ରାସ୍ତାରେ ଯାଉଥିବା ବେଳେ ଦୃତଗତିରେ ଆସୁଥିବା ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେଇ ଚାଲି ଯାଇଥିଲା ।

ଏହା ପରେ କିଛି ଯୁବକ ପିଛା କରି ତାଳପଡା ରାସ୍ତାରୁ ଧରି ଡ୍ରାଇଭରକୁ ପୋଲିସର ଜିମା ଦେଇଥିଲେ । ପୋଲିସ୍ ଭ୍ୟାନ୍କୁ ଜବତ କରିଛି ଓ ଡ୍ରାଇଭରକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.