ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ଯୋଗୁଁ ଫସିଲେ ଓଡ଼ିଶାର ୮୦ ଜଣ କଳାକାର

ନୂଆଦିଲ୍ଲୀ(କେ ନ୍ୟୁଜ): ଦିଲ୍ଲୀରେ ଚାଷୀଙ୍କ ଉପଦ୍ରବ ବେଳେ ଫସିଗଲେ ଓଡ଼ିଶାର ୮୦ କଳାକାର । ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିଲେ କଳାହାଣ୍ଡିର ବଜାସାଲ କଳାକାର । ଦୀର୍ଘ ୫ ଘଣ୍ଟା ପରେ କଳାକାରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଗନ୍ତବ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶତାଧିକ ଚାଷୀଙ୍କ ଟ୍ରାକ୍ଟର ରାଲି ଯୋଗୁଁ ଏମାନେ ଦିଲ୍ଲୀରେ ଫସିଯାଇଥିଲେ ।

କଳାହାଣ୍ଡିର ବଜାସାଲ କଳାକାରଙ୍କ ସହ ଅନ୍ୟ କଳାକାରମାନେ ମଧ୍ୟ ଥିଲେ । ଆନ୍ଦୋଳନକାରୀଙ୍କ ହଙ୍ଗାମା ଯୋଗୁଁ ସମ୍ପୃକ୍ତ କଳାକାରମାନେ ଲାଲକିଲ୍ଲା ନିକଟରେ ୧୨ଟାରୁ ଦୀର୍ଘ ୫ ଘଣ୍ଟା ଧରି ଫସି ରହିଥିଲେ । ପରିସ୍ଥିତି ଶାନ୍ତ ପଡିବା ପରେ ସେମାନଙ୍କୁ ସଂଧ୍ୟାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଦରିଆଗଞ୍ଜ ମେସ୍‌ରେ ରଖାଯାଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.